-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
04-Aug-2022
ମୁରିବାହାଲ୍ ପଞ୍ଚାୟତି ହାଇସ୍କଲରୁ ସାଇକଲ ଚୋରୀ। ମୁରିବାହାଲ୍ ୦୪/୦୮/୨୨ ମୁରିବାହାଲ୍ ଥାନା ଅନ୍ତର୍ଗତ ମୁରିବାହାଲ୍ ପଞ୍ଚାୟତି ହାଇସ୍କଲ ପରିସର ରେ ଥିବା ସାଇକଲ ଷ୍ଟାଣ୍ଡ ରୁ ବୁଧୁବାର ଜଣେ ଛାତ୍ରୀ ଙ୍କ ସାଇକଲ ଚୋରି ହୋଇଥିବା ଜଣାଯାଏ। ସୂଚନା ଅନୁସାରେ ଛାତ୍ରୀ ଜଣକ ପ୍ରତିଦିନ ଭଳି ସାଇକଲ ଟିକୁ ଷ୍ଟାଣ୍ଡ ରେ ରଖି କ୍ଲାସ୍ କୁ ଯାଇ ସ୍କୁଲ ଛୁଟି ହେବାପରେ ଦେଖିଲା ବେଳକୁ ସାଇକଲ ନ ଥିବା ନେଇ ଭ।ରପ୍ର।ପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅବଗତ କରିଥିଲେ। ଆଶ୍ଚର୍ଯ୍ୟ ର କଥା ମୁରିବାହାଲ୍ ପଞ୍ଚାୟତି ହାଇସ୍କୁଲ ଚାରି ପଟେ ପାଚେରୀ ଥିବା ସତ୍ବେ ତଥା ଗେଟ୍ ରେ ତାଲା ପଡୁଥିବା ବେଳେ ସାଇକଲ ଟି ଚୋରି ହୋଇ ଯାଇଥିବା ନେଇ ଅଂଚଳର ବୃଦ୍ଧି ଜିବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ଥାନାରେ ଏକ ଏତଲା ଦିଆଯାଇଥିବା ର ସୂଚନା ମିଳେ।