-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
01-Aug-2022
ବଲାଙ୍ଗୀର, ଗୁଡଭେଲା ବ୍ଲକ ଅନ୍ତର୍ଗତ ଗୁଡଭେଲା ଗ୍ରାମ ମୁଣ୍ଡରେ ଶିକ୍ଷୟତ୍ରୀ ହେମାଙ୍ଗିନୀ ସିଂ (୪୨ବର୍ଷ) ଆଶ୍ରମ ବିଦ୍ୟାଳୟକୁ ଗାଡିରେ ଯାଉଥିବା ସମୟରେ ବର୍ଷା ଯୋଗୁଁ ତଥା ରାସ୍ତାର ଅବରୋଧକ ଯୋଗୁଁ ଗାଡିରୁ ଖସିପଡିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜିଲ୍ଲା ରକ୍ଷକ ତାଲିମଦାତା ତଥା ଘୁନା ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନ୍ସେଲର ପ୍ରଭାକର ଛନ୍ଦ ଦୁର୍ଘଟଣା ବ୍ୟକ୍ତିଙ୍କ ପାଖକୁ ଯାଇ ସଙ୍ଗେ ସଙ୍ଗେ କ୍ରାଉଡ ମ୍ୟାନେଜମେଣ୍ଟ ଓ ଇନ୍ସିଡେଣ୍ଟ ମ୍ୟାନେଜମେଣ୍ଟ କରି ପ୍ରାଥମିକ ଚିକିତ୍ସା କଲା ପରେ ଅନ୍ୟ ସହୃଦୟ ବ୍ୟକ୍ତି ସହିତ ଗୁଡଭେଲା ଡାକ୍ତରଖାନାକୁ ନେଲେ । ଡାକ୍ତରଖାନାରେ ଶିକ୍ଷୟତ୍ରୀ ହେମାଙ୍ଗିନୀ ସିଂଙ୍କୁ ମୁୁଣ୍ଡରେ ଆଘାତ ଥିବା ସ୍ଥାନରେ ଡକ୍ତରଙ୍କ ଦ୍ୱାରା ୧୦ଟି ଷ୍ଟିଚ୍ ଦିଆଯାଇଥିଲା । ପରେ ଘୁନା ସ୍କୁଲର ଶିକ୍ଷକ ତଥା ଫାଷ୍ଟ ଏଡର ପ୍ରଭାକର ଛନ୍ଦ ଶିକ୍ଷୟତ୍ରୀଙ୍କ ଆତ୍ମଜନମାନଙ୍କ ସହ ଯୋଗାଯୋଗ କରି ଆହତ ବ୍ୟକ୍ତିଙ୍କୁ ଦେଖାଶୁଣା କରିବା ପାଇଁ ଦାୟିତ୍ୱ ଦେଲେ । ରକ୍ଷକ କର୍ମୀଙ୍କର ଏତାଦୃଶ କାମକୁ ଆହତ ଶିକ୍ଷୟତ୍ରୀଙ୍କ ପରିବାରଗଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।