-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
01-Aug-2022
ବଲାଙ୍ଗୀର(ପ୍ରେରଣା ଖବର)-ଗତ ଜୁଲାଇ ୨୯ ଓ ୩ଠ ତାରିଖ ଦୁଇ ଦିନ ଧରି କୋଲକାତା ଠାରେ ଷଷ୍ଠ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଲ୍ ଇଣ୍ଡିଆ ସେଇସିନକାଇ କରାଟେ ଫେଡେରେସନ ଆନୁକୂଲ୍ୟରେ
ଅନୁଷ୍ଠିତ ଏହି କରାଟେ ପ୍ରତିଯୋଗିତାରେ ବଲାଙ୍ଗୀର କରାଟେ ସ୍କୁଲର ଛାତ୍ରଛାତ୍ରୀ ମାନେ ଭାଗ ନେଇ ସମସ୍ତଙ୍କ ପ୍ରଶଂସାଭାଜନ ହୋଇ ପାରିଛନ୍ତି । ବଲାଙ୍ଗୀରର ମୁଖ୍ୟ ପ୍ରଶସକ ହୃଦୟ ରଂଜନ ସବର ଙ୍କ ଉତ୍ତ୍ୱାବଧାନରେ ୧ଠ ଜଣ ଛାତ୍ର କୋଲକାତା ଅଭିମୁଖେ ଯାତ୍ରା କରିଥିଲେ । ଏମାନଙ୍କ
ମଧ୍ୟରୁ ୫ଜଣ ପ୍ରତିଯୋଗୀ ଗୋଲ୍ଡ, ଜଣେ ସିଲଭର୍ ଓ ଜଣେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଆଜି କୋଲକାତାରୁ ଟ୍ରେନ୍ ଯୋଗେ ବଲାଙ୍ଗୀରରେ ପହଂଚିବା ପରେ ରେଳ ଷ୍ଟେସନ ଠାରେ ସମସ୍ତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧି କରାଯାଇଥିଲା ।