-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
01-Aug-2022
ବରଗଡ଼(ନରଂଜନ ତ୍ରିପାଠୀ) ବରଗଡ଼ସ୍ଥିତ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ୍ ଟେକ୍ନୋଲୋଜିରେ ଜେଇଇ ମେନ୍ ସେସନ୍-୨ ପରୀକ୍ଷା ୨୭.୦୭.୨୦୨୨ ରୁ ଆରମ୍ଭ ହୋଇ ୩୦.୦୭.୨୦୨୨ରେ ସଫଳତାର ସହ ସମ୍ପନ୍ନ ହୋଇଛି । ଏଥିରେ ୪୨୧ଜଣ ପରୀକ୍ଷାର୍ଥୀ ସିବିଟି (କମ୍ପ୍ୟୁଟର୍ ବେସ୍ଡ୍ ଟେଷ୍ଟ୍) ମାଧ୍ୟମରେ ପରୀକ୍ଷା ପାଇଁ ଆବେଦନ କରିଥିଲେ । ସେହିପରି ଜେଇଇ ମେନ୍ ସେସନ୍-୧ ପରୀକ୍ଷା ୨୩.୦୬.୨୦୨୨ ରୁ ୨୯.୦୬.୨୦୨୨ ତାରିଖ ମଧ୍ୟରେ ୬୨୯ଜଣ ଏବଂ ଜୁଲାଇ ୯ ରୁ ୧୭ ୟୁଜିସି (ନେଟ୍) ରେ ୧୩୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇସାରିଛନ୍ତି । ପ୍ରକାଶ ଥାଉକି, ଏନ୍ଟିଏ (ନ୍ୟାସ୍ନାଲ୍ ଟେଷ୍ଟିଂ ଏଜେନ୍ସି) ଦ୍ୱାରା ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରେ ଜେଇଇ, ୟୁଜିସି-ନେଟ୍ ଏବଂ ନିଟ୍ (ୟୁଜି) ୨୦୨୨ ପାଇଁ ପରୀକ୍ଷାକେନ୍ଦ୍ରମାନ ଆରମ୍ଭ ହେଲା । ସମଗ୍ର ବରଗଡ଼ ତଥା ଆଖପାଖ ଜିଲ୍ଲା ପାଇଁ ବରଗଡ଼ ସହରରେ ଚାରୋଟି କେନ୍ଦ୍ରରେ ଯଥା- ବରାହଗୁଡ଼ା ସ୍ଥିତ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍, ବିକାଶ ହାୟର୍ ସେକେଣ୍ଡାରୀ ସ୍କୁଲ୍ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଓ ରୋଟାରୀ ସ୍କୁଲ୍ରେ ଏହି ନିଟ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମସ୍ତ ଚାରୋଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୧୫୩ଜଣ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀ ତଥା ଅଭିଭାବକମାନଙ୍କ ପାଇଁ ନିଜ ଜିଲ୍ଲାରେ ନିଟ୍, ୟୁଜିସି-ନେଟ୍ ଓ ଜେଇଇ ପ୍ରବେଶିକା ପରୀକ୍ଷା ଦେବାର ବ୍ୟବସ୍ଥା ନିଶ୍ଚିତ ଭାବରେ ଏକ ଅପୂର୍ବ ସୁଯୋଗ । ସମସ୍ତ ପରୀକ୍ଷା ସମୟରେ ଭିଡ଼ ପରିଚାଳନା ତଥା ପରୀକ୍ଷା କେନ୍ଦ୍ରରେ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲା ପ୍ରଶାସନ, କଲେକ୍ଟର ଓ ଆରକ୍ଷୀ ଅଧୀକ୍ଷକଙ୍କ ସହଯୋଗ ଉଲ୍ଲେଖଯୋଗ୍ୟ । ଏନ୍ଟିଏ ଦ୍ୱାରା ନିଯୁକ୍ତ ସିଟି କୋଅର୍ଡିନେଟର୍ ତଥା ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍, ବରଗଡ଼ର ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିଟ୍, ୟୁଜିସି-ନେଟ୍ ଓ ଜେଇଇ ପରୀକ୍ଷା ପରିଚାଳନା ସଫଳତାର ସହ ସମ୍ପନ୍ନ ହୋଇଛି ।