-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
01-Aug-2022
ବଲାଙ୍ଗିର / ଗତକାଲି ସକଲେ ବାଇକ୍ ଦୁର୍ଘଟଣା ପରେ ଜଣେ ଯୁବକ ସଂଜ୍ଞାହୀନ ହୋଇ ମଝି ରାସ୍ତା ରେ ପଡ଼ି ଯାଇଥିବା ବେଳେ ରହସ୍ୟଜନକ ଭବରେ ଦୂର୍ଘଟଣା ସ୍ଥଳରୁ ବାଇକ୍ ଉଭାନ୍ ହୋଇ ଯାଇଛି l ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଦାବରୀ ଗାଁ ରେ l ସୂଚନାରୁ ପ୍ରକାଶ ଯେ, ଗତକାଲି ଏହି ଗାଁ ର ବିଶ୍ଵନାଥ ଛାତ୍ରୀଆ( ୪୦) ନିଜର ଦୁଇ ଜଣ ସାଙ୍ଗକୁ ଧରି ଦାବରୀ ରୁ ବାଲଖମା ଯାଇଥିଲେ l ଦୁଇ ସାଙ୍ଗକୁ ବାଲଖମା ଗାଁ ରେ ଛାଡି ବିଶ୍ଵନାଥ ନିଜ ଗାଁ କୁ ବାଇକ୍ ରେ ଫେରୁଥିବା ବେଳେ ରାତି ପାଖାପାଖି ୯ ଟା ସମୟରେ ମୁରିବାହାଲ ବ୍ଲକ ଚନlବାହାଲ ନିକଟରେ ବାଇକ୍ ରୁ ପଡି ବିଶ୍ଵନାଥ ଦୁର୍ଘଟଣା ସ୍ଥଳରେରେ ବେହୋସ୍ ହୋଇ ପଡିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇ ଥିଲେ l ବିଶ୍ଵନାଥ ଚଳାଉଥିବା ବାଇକ୍ ରୁ ପତ୍ତା ମିଳୁନଥିବା ବେଳେ ବିଶ୍ଵନାଥଙ୍କ ଶରୀରର କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିଛି l ତେବେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବିଶ୍ଵନାଥଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ହୋସ୍ ଆସିନଥିବା ଜଣାପଡିଛି l