-+91-9937148622 |
prerana_bgr@rediffmail.com |
Friday 27th January 2023 |
R.N.I. Regd No. ODIODI/2010/46693
Breaking News
01-Aug-2022
ପାଟଣାଗଡ (ସଚ୍ଚିଦାନନ୍ଦ ମହାକୁର ) ସରକାର ରାସ୍ତା ଘାଟ ନିର୍ରମାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କରିଚାଲିବାସହ ଯୋଜନା ପରେ ଯୋଜନା କରିଚାଲିଛନ୍ତି !କିନ୍ତୁ ବିଭାଗୀୟ ଅଧିକାରୀ ଓ଼ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଅନେକ ଗ୍ରାମାଞ୍ଚଳ ମାନଙ୍କର ରାସ୍ତା କାମ ସବୁ ପଡିରହିଛି ! କାହାପାଇଁ ଏ ସରକାର ଏତେଗୁଡିଏ ଯୋଜନା କରିଚାଲିଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି ! ତାର ଏକ ଉଦାହରଣ ଦେଖିବାକୁ ମିଳିଛି ବଳାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅଧିନସ୍ଥ ଭଇଁଷା କଲେଜ ରାସ୍ତା ଦିରର୍ଘଦିନ ହେଲା ସୋଚନୀୟ ଅବସ୍ଥାରେ ପଡ଼ିରହିଛି ! ରାସ୍ତାର ମେଟାଲ ସବୁ ରାସ୍ତାରୁ ଉପୁଡିଗଲାଣି ! ଫଳରେ ସେହି ରାସ୍ତାରେ ଯାତାୟତ କରିବା ପାଇଁ ଲୋକଙ୍କୁ ବହୁ ଅସୁବିଧାର ଶମ୍ବୁଖିନ ହେଇବାକୁ ପଡୁଛି ! ଏହି ରାସ୍ତାଟି ୟୋତିବିକାଶ କଲେଜ ଦେଇ ବଳାଙ୍ଗୀର ପାଟଣାଗଡ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ବେଳେ ! ଆଖପାଖ ଅଂଚଳଲୋକ ଓ଼ ସ୍କୁଲ କଲେଜ କୁ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ପାଇଁ ଯିବାଆସିଇବା କରୁଥିବା ବେଳେ ଭଇଁସା ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଏହି ରାସ୍ତା ଦେଇ ଦଇନିକ ସହସହ ଲୋକ ଯାଇ ଥାଆନ୍ତି ! କିନ୍ତୁ ଏହି ରାସ୍ତା ଉପରେ କୌଣସି ନେତା ମନ୍ତ୍ରୀ ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନର ବି ଦୃଷ୍ଟି ପଡୁନାହିଁ ! ନିରର୍ଵାଚନ ସମୟ ଆସିଗଲେ ନେତା ମନ୍ତ୍ର୍ରୀ ମାନେ ରାସ୍ତା କାମ କରି ଦେମୁବୋଲି ପତିଶୁତି ଦେଇଥାନ୍ତି ଓ଼ ସେହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି କିନ୍ତୁ ନିରର୍ବାଚନ ସରିଗଲେ ସେହିକଥାକୁ ସେମାନେ ଭୁଲି ଯାଇଥାନ୍ତି ! ଏଠାରେ ଯିବାଆସିବା ପାଇଁ ଅସୁବିଧା ହେଉଛନ୍ତି ସାଧାରଣ ଲୋକେ ଏହି ରାସ୍ତାକୁ ବ୍ଲକ ଓ଼ ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ରାସ୍ତାକୁ ମରାମତି କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି !