-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
22-Jul-2022
ବଲାଙ୍ଗୀର(ପ୍ରେରଣା ଖବର)ଗତ କିଛି ଦିନ ମଧ୍ୟରେ ବଲାଙ୍ଗୀର ପାଟଣା ହୋଟେଲ ଛକରୁ ପୁରୁଣା ସରକାରୀ ବସଷ୍ଟାଣ୍ଡ ମଧ୍ୟରେ ଥିବା ଡିଭାଇଡରରେ ପିଟି ହୋଇ ଏକାଧିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହାକୁ ଦୃଷ୍ଟରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଡିଭାଇଡର ଗୁଡିକ ମଧ୍ୟରେ ଥିବା ଖାଲି ସ୍ଥାନକୁ ବନ୍ଦ କରି ଦିଆଯାଇଛି । ରାସ୍ତା ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଜରୁରୀ ପଦକ୍ଷେପ ନିଆଯାଇଥିବା ବେଳେ ଏହା ଦ୍ୱାର ପୁରୁଣା ବସଷ୍ଟାଣ୍ଡ ଭିତରେ ଓ ନିକଟବର୍ତ୍ତି ସ୍ଥାନ ଗୁଡିକର ଦୋକାନୀ ମାନେ ବେଶ ପ୍ରଭାବିତ ହୋଇଛନ୍ତି । ସରକାରୀ ବସଷ୍ଟାଣ୍ଡରୁ ପାଟଣା ହୋଟେଲ ଛକ ମଧ୍ୟରେ ଏକ ପ୍ରକାର ୱାନ ୱେ ଡ୍ରାଫିକ ହୋଇଥିବାରୁ ରସ୍ତା ପାର ହୋଇ ଲୋକେ ଆଉ ସରକାରୀ ବସଷ୍ଟାଣ୍ଡକୁ ଯାଉ ନାହାନ୍ତି । ଏପରିକି ସରକାରୀ ବସ ମାନେ ମଧ୍ୟ ବସଷ୍ଟାଣ୍ଡ ଭିତରକୁ ନ ଯାଇ ରାସ୍ତା ପାଶ୍ୱର୍ରେ ଅଟକି ରହୁଛନ୍ତି । ଏହା ଦ୍ୱାର ଏଠାକାର ଛୋଟ ଛୋଟ ବ୍ୟବସାୟୀ, ଚା ଓ ପାନ ଦୋକାନୀ ମାନଙ୍କ ବେପାର ଠପ୍ ହୋଇଯାଇଛି । ଏ ସଂକ୍ରାନ୍ତରେ ଆଜି ଅସନ୍ତୁଷ୍ଟ ବ୍ୟବସାୟୀ ସଂଘ ବଲାଙ୍ଗୀର ଜିଲ୍ଲାପାଳଙ୍କ ସାକ୍ଷାତ କରି ବ୍ୟବସାୟୀ ମାରଣ ନୀତରୁ କ୍ଷାନ୍ତ ରହିବା ପାଇଁ ଅନୁରୋଧ କରିଛନ୍ତି । ଲୋକଙ୍କ ଗମନାଗମନର ସୁବିଧା ଦୃଷ୍ଟିରୁ ଡିଭାଇଡରକୁ ସଂପୂର୍ଣ୍ଣ ଭାବେ ବନ୍ଦ ନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛଜ ।