-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
10-Jul-2022
ବଲାଙ୍ଗିର - ମାଉସୀ ଘରୁ ବାହୁଡ଼ିଛନ୍ତି ତିନି ଠାକୁର । ହସ୍ପିଟାଲ ପାଖରେ ଥିବା ମାଉସୀ ମନ୍ଦିରରୁ ଗୋପାଳଜି ମନ୍ଦିର, ରାମ ମନ୍ଦିର ରୁ ଚାନ୍ଦ ମନ୍ଦିର ଜୀଉ. ଟିକରାପଡ଼ା ଛକରେ ଗାନ୍ଧୀ ପାଠାଗାର ରୁ ଥିବା ଜଗନ୍ନାଥ ପଡା ଜୀଉ . ସାହାଣୀ ମନ୍ଦିର ଜୀଉ ବଲାଙ୍ଗିର ବଡ ଦାଣ୍ଡରେ ପ୍ରତ୍ୟାବର୍ତନ କରିଥିଲେ. ପ୍ରଶାସନ ଓ ପୋଲିସ୍ ପ୍ରତ୍ୟେକ ବ୍ୟବସ୍ଥା ଦେଖୁଥିବା ବେଳେ ଏଠାରେ ଭକ୍ତଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରବଳ ଉତ୍ସାହ ଦେଖା ଯାଇଥିଲା. ଏହି କ୍ରମରେ ରଥଯାତ୍ରା ଦିନ ସ୍ଥାନୀୟ ୧୮୯ ବାଟାଲିଅନ୍ ସିଆରପିଏଫ୍ ମୁଖ୍ୟାଳୟରୁ କଲେଜଛକ ସ୍ଥିତ ମାଉସୀ ମନ୍ଦିର(ଦୁର୍ଗା ମଣ୍ଡପ)କୁ ଯାଇଥିବା ଦାରୁବ୍ରହ୍ମଙ୍କ ରଥ ଫେରିଛି ପୁଣି ସିଆରପିଏଫ୍ ମୁଖ୍ୟାଳୟର ମନ୍ଦିରକୁ । ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳିରେ ଉଛୁଳି ପଡ଼ିଛି l ଶାନ୍ତିପଡ଼ା ଦାଣ୍ଡ । ସିଆରପିଏଫ୍ ଅଧିକାରୀ ତଥା ଯବାନ ସମୂହ ଏବଂ ସ୍ଥାନୀୟ ଲୋକେ ଓ ମା’ ମାଉସୀମାନେ ବଡ଼ ଉତ୍ସାହର ସହ ଦାରୁବ୍ରହ୍ମଙ୍କ ରଥକୁ ଟାଣି ଆଣିଛନ୍ତି ସିଆରପିଏଫ୍ ମୁଖ୍ୟାଳୟ ପର୍ଯ୍ୟନ୍ତ । ଏହି ଅବସରରେ ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ରଥ ଧାରା ବିବରଣୀ ପ୍ରଦାନ କରି ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି । ଲୋକଙ୍କ ଆନନ୍ଦ ଉଲ୍ଲାସରେ ଉଛୁଳି ପଡ଼ିଛି ସାରା ଅଂଚଳ ।
ଠିକ୍ ସେପରି ଠିକାଦାର ପଡା ଜଗନ୍ନାଥ ମହାପ୍ରଭୁଙ୍କ ରଥ ନୂଆପଡ଼ା ମାଉସୀ ମନ୍ଦିର ରୁ ବରପାଲୀ ପଡା ନୂଆପଡ଼ା ଠିକାଦାର ପଡା ର ପତାବାଲା ଛକରେ ଯାଇ ଆସିଥିଲା. ଏଠାରେ ଘରକୁ ଘର ଶ୍ରଦ୍ଧାଳୁ ମାନେ ପୂଜା ଅର୍ଚନା କରି ଥିଲେ. ରଥ କମିଟି ମୁଖ୍ୟ ସୂର୍ଯ୍ୟ ମିଶ୍ର, ଗୋପାଳ ତ୍ରିପାଠୀ, ପୂଜକ ଦେବେନ୍ଦ୍ର ମିଶ୍ର ସମେତ ଯୁବକ ମାନେ ସବୁ ବ୍ୟବସ୍ତା ବୁଝିଥିଲା ବେଳେ ସବୁଠାରେ ମହିଳା ଶିଶୁ ଓ ପୁରୁଷ ଭକ୍ତ ମାନେ ରଥ କୁ ଟାଣିଆଣି ଥିଲେ .ଦୁଇବର୍ଷ ପରେ ଭଗବାନ ରଥ ରେ ଦର୍ଶନ ଦେଉଥିବା ଯୋଗୁଁ ଭକ୍ତ ଙ୍କ ମଧ୍ୟ ରେ ଅଧିକ୍ ଉତ୍ସାହଜନକ ଥିଲା. l
( ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍)