-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
09-Jul-2022
ଭୁବନେଶ୍ବର : ‘ପ୍ରେମ ଲେଖିଦେଲି ତୋ ନାଁରେ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଆର୍ଯ୍ୟ ପ୍ୟାଲେସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ କଳାକାର ଯୋଗ ଦେଇଥିଲେ । ଆଜି ଏହାର ଶୁଭ ମହୁରତ ହେବା ସହ ଅଗଷ୍ଟ ପ୍ରଥମ ସପ୍ତାହରୁ ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି । ଏଥିରେ ନୂଆ ଯୋଡି ଭାବେ ପ୍ରେମ୍, ସୁସ୍ମିତା ନଜର ଆସିବେ । ଏମାନଙ୍କ ସହ ପୂଜା, ଆଶୁତୋଷ, ରବି
ମିଶ୍ର, ଦେବଦତ୍ତ, ତପସ୍ୱିନୀ ପ୍ରମୁଖ ଅଭିନୟ କରିଛନ୍ତି । ସତ୍ୟ ନାରାୟଣ ସାହୁ ସିନେମାରେ ନୂଆକରି ନିର୍ଦ୍ଦେଶନା ଦେଇଥିବା ବେଳେ ଟୁଟୁ ନାୟକ ନୂଆ କରି ପ୍ରଯୋଜନା ଭାର ତୁଲାଇଛନ୍ତି । ସେହିପରି ନନ୍ଦିନୀ ଆଇ ଲଭ ୟୁ, ମିତରେ ମିତ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଶାନ୍ତ ପାଢ଼ୀ ଏହି ସିନେମାରେ ସଂଗୀତ ସଜାଇଛନ୍ତି । ଓଲିଉଡର ସୁପରହିଟ ଯୋଡି ବିନି ପଟ୍ଟନାୟକ ଓ ସଚ୍ଚିକାନ୍ତ ଜେନା ଏହି ସିନେମାରେ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି । ଏଥଗ ପୂର୍ବରୁ ସୁନ୍ଦରଗଡ ର ସଲମନ୍ ଖାନ୍, ଝିଅଟା ବିଗିଡି
ଗଲା ଓ ବଜରଙ୍ଗୀ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ମୁନ୍ ଟିଭି ମୁଭିଜ୍ ଓଡ଼ିଶାର ଦର୍ଶକମାନଙ୍କୁ ଭେଟି ସାରିଛି ।ଲୁବୁନ-ଟୁବୁନ କ୍ୟୋରିଓଗ୍ରାଫି କରୁଥିବା ବେଳେ ପ୍ରଣୟ ଜେଠୀ କ୍ରିଏଟିଭ ହେଡ ରହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ସମାଜସେବୀ ଶଶୀ କୁମାର ସାହୁ ମହୁରତ କ୍ଲାପ୍ ଦେଇଥିଲେ । ତାଙ୍କ ସହ ପ୍ରଯୋଜକ ଟୁଟୁ ନାୟକ,ଅତିସ କୁମାର ରାଉତ,ରମେଶ ବାରିକ, ଶ୍ରୀଧର ମାର୍ଥା ଓ ନିର୍ଦ୍ଦେଶକ ଅବତାର ସିଂ ପ୍ରମୁଖ ଯୋଗ ଦେଇଥିଲେ ।
(ଅମୃତ ନନ୍ଦ ଙ୍କ ରିପୋର୍ଟ)