-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
09-Jul-2022
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପାତାଲି ଶ୍ରୀକ୍ଷେତ୍ରରେ ଜଗନ୍ନାଥ୮୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଲୁ ଦ୍ୱାର ଫିଟା, ମଙ୍ଗଲଆଲତୀ, ଖେଚୁଡି ଭୋଗ ଲାଗି ପରେ ସେବାୟତ ମାନେ ଚତୁର୍ଦ୍ଧାମୁର୍ତୀଙ୍କୁ ବେଶ କରିଥିଲେ । ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନଙ୍କୁ ରଥାରୁଢ କଲାପରେ ଯତାକ୍ରମେ ବଲଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ଘଂଟି, ଘଂଟାର ତାଲେ ତାଲେ ପହଣ୍ଡି କରି ରଥାରୁଢ କରାଯାଇଥିଲା । ଗାଁ ଗଡତ୍ୟ ଚମରା ଅମାତ ଛେରାପହରା କରିଥିବା ବେଳେ ମିତ୍ରଭାନୁ ମହାକୁର ଓ ନରସିଂହ ପଧାନ ପହଣ୍ଡି ଛେରା ପହରା କରିଥିଲେ । ଗୁନାକର ପଣ୍ଡା, ବିଶେସ୍ୱର ପାଢି ଏବଂ ଦେବାର୍ଚନ ଦାସ ପୂଜାର୍ଚନା କରିଥିଲେ । ପଙ୍କଜ କୁମାର ସାହୁ, ନାରାୟଣ ଦେହୁରୀ ଏବଂ ସନ୍ତୋଷ ବିଶି ଧାରାବିବରଣି ପ୍ରଦାନ କରିଥିଲେ । ଆନନ୍ଦ ଉଲ୍ଲାସ ସହ ରଥଟଣା ହୋଇଥିବା ବେଲେ ବହୁ ସ୍ରଦ୍ଧାଲୁଙ୍କ ସମାବେଶ ଲକ୍ଷ କରାଯାଇଥିଲା । ବିଭିନ୍ନ ଗ୍ରାମରୁ ସେବାୟତ ମାନେ ସହେଯାଗ କରିଥିଲେ । ଶାନ୍ତି ଶୃଙ୍ଖଲା ରକ୍ଷା ପାଇ ପୁଲିସ ପ୍ରସାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।