-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
09-Jul-2022
ମୁରିବାହାଲ (ସୁଦାମ ଚରଣ ବଘାର): ମୁରିବାହାଲ ଥାନା ଅନ୍ତର୍ଗତ ମୁରିବାହାଲରୁ ହଲଦି ଯିବା ରାସ୍ତାରେ ଟୁନଟୁନି ମୁଣ୍ଡା ଛକ ଠାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ହେବା ଫଳରେ ୪ ଜଣ ଆହାତ ହୋଇଥିଲେ
ଖବର ପାଇ ମୂରିବ।ହାଳ ଅଗ୍ନିଶମ ବିଭାଗ ଓ ଆମ୍ବୁଲେନ ସ୍ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ମୁରୀବ।ହାଲ ଡାକ୍ତରଖାନା ରେ
ପ୍ରାଥମିକ ଚିକସ୍ଛା ପରେ ବଲାଙ୍ଗୀର ଡାକ୍ତରଖାନାକୁ ରେଫର କରିଥିବା ଜଣାଯାଏ।ସୂଚନା ମୁତାବକ ଜଣେ ବାଇକ୍ ଆରୋହୀ ମୁରୀବହାଲ ଗ୍ରାମ ପଞ୍ଚାୟତ ଗମ୍ଭାରିଖୋଲାର ତାଙ୍କ ପରିବାର ସହ ଟିଟିଲାଗଡ ପଟରୁ ଆସି ଟୁନଟୁନି ମୁଣ୍ଡା ଛକ ରେ ଅଟକି ଥିବା ବେଳେ ଟିଟିଲାଗଡ ସତିଘାଟ ର ବାଇକ ଆରୋହୀ ମୂରିବ।ହାଳରୁ ସତିଘ।ଟ ଯାଉଥିବା ବେଳେ ଛିଡା ହୋଇଥିବା ବାଇକ ସହିତ ଦୁର୍ଘଟଣା ହୋଇଥିବା ଜଣା ଯାଇଛି ।