-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
08-Jul-2022
ବଲାଙ୍ଗିର,- ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଛତାପିପଲରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍କୁଲ ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ପାତ୍ର ମୁଖ୍ୟ ଅତିଥି, ଇକୋକ୍ଲବ ଇନ୍ଚାର୍ଜ ପ୍ରକୃତିବନ୍ଧୁ ଶିକ୍ଷକ ଜୟକୃଷ୍ଣ ନାଏକ ମୁଖ୍ୟବକ୍ତା ଭାବେ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଛାତ୍ରୀ ଦୀପ୍ତି ବାରିକ, ରଶ୍ମିତା ବାରିକ ବୃକ୍ଷ ମହାତ୍ମ୍ୟ ଗାନ କରିଥିଲେ । ଛାତ୍ର ପୁଷ୍ପରାଜ ବରିହା, ନୀଳାମ୍ବର କର୍ମୀ, ସନ୍ତୋଷିନୀ କୁମ୍ଭାର, ଲଭଲି ବଘାର “ବୃକ୍ଷ ହିଁ ଜୀବନ” ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ୧୪୫ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଗୋବିନ୍ଦ ଚନ୍ଦ୍ର ପଟେଲ ସଭା ସଂଯୋଜନା କରିଥିବା ବେଳେ ଗୋବିନ୍ଦ ଥାଟି ଧନ୍ୟବାଦ ଅର୍ପଣ କରିଥିଲେ । ଜୀବାନନ୍ଦ ଖମାରୀ, ଲାଲ ବାହାଦୁର ବାରିକ, ଯୁଧିଷ୍ଟିର ଡାଙ୍ଗ, ଶ୍ରୀପତି ପାତ୍ର ଓ ତିର୍ଥ ରାଜ ପଧାନ ସହଯୋଗ କରିଥିଲେ ।