-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
08-Jul-2022
ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁ) ଆଜି ସନ୍ଧ୍ୟା ୫ ଟା ସମୟରେ ଦୁଇ ଜଣ ଯୁବକ ସୁରଥ@ ଲୁକୁ କୁଅଁର ଓ ରୋହିତ ବାଗ ବଲାଙ୍ଗିର ମହାଲକ୍ଷ୍ମୀ ନଗରର ବାସୀନ୍ଦା ଶିକ୍ଷକ ଅରୁଣ କୁମାର ନାଏକଙ୍କୁ ରାସ୍ତାରେ ଅଟକାଇ ତାଙ୍କୁ ଗାଳିଗୁଲଜ ଓ ଭୟଭୀତ କରିବା ସହ ସେ ଧରି ଥିବା ମୋଟର ସାଇକେଲ କୁ ଛଡାଇ ନେଇ ଘଟଣା ସ୍ଥଳରୁ ଫେରାର୍ ମାରିଥିଲେ l ବିଷ୍ଣୁ ମୁଣ୍ଡା ସ୍କୁଲ ରେ ଶିକ୍ଷକତା କରୁଥିବା ଶ୍ରୀ ନାଏକ ସ୍କୁଲରୁ ନିଜ ଘରକୁ ଆସୁଥିବ ସମୟରେ ବିଷ୍ଣୁ ମୁଣ୍ଡା ନିକଟରେ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଶିକ୍ଷକ ଶ୍ରୀ ନାଏକ ବଲାଙ୍ଗିର ଟାଉନ୍
ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଦୁଇ ଯୁବକଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରି ଥିଲା l ତେବେ ବଲାଙ୍ଗିର ଟାଉନ୍ ଥାନା ପୋଲିସ ଏହି ଦୁଇ ଯୁବକ ଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ମୋଟର ସାଇକେଲ କୁ ଉଦ୍ଧାର କରିଛି l ଟାଉନ୍ ଥାନା କେଶ୍ ନମ୍ବର୍ ୩୩୩/୨୦୨୨ ଓ ଦଫା ୩୯୪ ଆଇ ପି ସି ଏକ ମାମଲା ରୁଜୁ କରାଯାଇଛି l ଚୋରି ଘଟଣାରେ ସମ୍ପୃକ୍ତ ଥିବା ସୁରଥ ର ଘର କଦମ ପଡା(କବର ଖାନା) ଠାରେ ହୋଇଥିବା ବେଳେ ରୋହିତ ବିଷ୍ଣୁ ମୁଣ୍ଡା ର ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l