-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
05-Jul-2022
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ଆମ ରାଜ୍ୟର ଐତିହାସିକ ସହର ବୌଦ୍ଧଜିଲ୍ଲା ସଦର ଟାଉନ ହଲ ଠାରେ ଜ୍ଞାନ ପ୍ରକାଶର ବାର୍ଷିକ ଉତ୍ସଵ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି । ଜ୍ଞାନ ପ୍ରକାଶର ମୁଖ୍ୟ ଉପଦେଷ୍ଟା ଶିକ୍ଷା ପରାମର୍ଶଦାତା ଜ୍ଞାନଚାନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଦେଶର ୧୨ଟି ରାଜ୍ୟର ବିଶିଷ୍ଟବ୍ୟକ୍ତି ମାନେ ଅତିଥି ଭାବରେ
ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଜ୍ଞାନଚାନ୍ଦ ଚାନ୍ଦ ଶତପଥୀ ଏହାର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ଶିକ୍ଷାବିତ ଦିଲ୍ଲୀପ ଖୁଣ୍ଟିଆଙ୍କ ସଂଯୋଜନାରେ ଏନ ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏନ ସିଇ ଆରଟିର ପ୍ରଫେସର ଡ. ଲକ୍ଷ୍ମୀଧର ବେହେରା,ନିଫାର ଅଧ୍ୟକ୍ଷ ପ୍ରୀତିପାଲ ସିଂ ପାନୁ,ଆନ୍ଦ୍ରପ୍ରଦେଶର ଏମ ଦେବେନ୍ଦ୍ର ବାବୁ,ମିଜୋରାମର ଜେ ସିଂଟା,ଆସାମର ସ୍ୱପ୍ନାଳି ଗୋଗେଇ,ପଶ୍ଚିମବଙ୍ଗର ସମୀର ଜେନା,ବିହାରର ନୀତିଶ ସିଂହା,ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଶ୍ରବଣ ବାଗ, ୱାଇସିଡିଏର
ରାଜେନ୍ଦ୍ର ମେହେର ଏବଂ ଜ୍ଞାନପ୍ରକାଶର ରାଜ୍ୟ ମୁଖ୍ୟ ଅମ୍ବିକା ସ୍ବାଇଁ ନିଜର ଅଭିବ୍ୟକ୍ତି ରଖି କହିଥିଲେ ଜ୍ଞାନପ୍ରକାଶ କେବଳ ଶିକ୍ଷାଭିତ୍ତିକ ପତ୍ରିକାଟିଏ ନୁହେଁ ଏହା ପରସ୍ପର ସଂପର୍କର ସେତୁ
ପାରିବାରିକ ବନ୍ଧନ ।ଶିକ୍ଷା ସଂସ୍କୃତି ,କଳା,ଆମ ଐତିହ୍ୟ ,ପରମ୍ପରାକୁ ବିଶ୍ୱ ଦରବାରରେ ପହେଞ୍ଚେଇ ଶିକ୍ଷାର ବିକାଶ କରିବା ଏହାର ମୂଳ ଲକ୍ଷ୍ୟ ।ଏହି ଅବସରରେ ରାଜ୍ୟର ସମସ୍ତ
ଜିଲ୍ଲାର ପ୍ରତିନିଧି ସମେତ,ଲେଖକ, କବି,ଗବେଷକ, ଶିକ୍ଷାବିତ, କଳାକାର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ,ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୁତ କରାଯିବା ସହିତ ଓଡ଼ିଶାର ୩୦ଟି ଜିଲ୍ଲାରୁ ଆସିଥିବା ବିଭିନ୍ନ କ୍ଷେତ୍ର ପାଇଁ ୧୫ଜଣଙ୍କୁ ମାନପତ୍ର ପ୍ରଦାନ ସହ ଉପସ୍ଥିତ ସମସ୍ତ କବି ଲେଖକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଯୋଗ ଦେଇଥିବା କଳାକାର ମାନେ ନିଜର କଳାକୃତି ପ୍ରଦର୍ଶନ କରିଥିଲେ ।
ଏହି ଅବସରରେ ଶିକ୍ଷାଭିତ୍ତିକ ପତ୍ରିକା" ଜ୍ଞାନପ୍ରକାଶ" ଏବଂ ଜ୍ଞାନପ୍ରକାଶ ପ୍ରକାଶନୀରେ ମୁଦ୍ରିତ ଲେଖିକା ଅମ୍ବିକା ସ୍ବାଇଁଙ୍କ ସମେତ,ପଦ୍ମାଲୟା ମିଶ୍ର, କରୁଣାର ଘଣ୍ଟୁଆଳ,ନୀତିଶ ସିହ୍ନାଙ୍କ ପୁସ୍ତକ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା ।ଶ୍ରୀଯୁକ୍ତ ବସନ୍ତ ସାହୁ,ଦେବାଶିଷ ପୁରୋହିତ ଏବଂ ଜ୍ଞାନ ପ୍ରକାଶର ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ସଫଳ ପରି ଚାଳନା କରିଥିଲେ । ସଂଗଠନର ସମ୍ପାଦକ ସରୋଜ କୁମାର ସାହୁ ବାର୍ଷିକ ବିବରଣୀ ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ ।