-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
05-Jul-2022
ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ ଅନୁଷ୍ଠାନ ପଞ୍ଚମ ପକ୍ଷରୁ ହେରା ପଞ୍ଚମୀ ଉପଲକ୍ଷେ ଭଜନ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।ଭଜନ ଆରମ୍ଭ ପୂର୍ବରୁ ଅନୁଷ୍ଠାନର ମୁଖ୍ୟ ମୁରଲୀ ପତି ରାଧାକୃଷ୍ଣଙ୍କ ଠାରେ ଦୀପ ପ୍ରଜ୍ଜ୍ୱଳନ କରି ଭଜନ ଆରମ୍ଭ କରିଥିଲେ । ବାଦ୍ୟଯନ୍ତ୍ରରେ ପଞ୍ଚମର ଛାତ୍ର ମାନେ ବାଦ୍ୟ ବଜାଇ ଥିବା ବେଳେ ଶ୍ରୀଯୁକ୍ତ ପତି ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ।ଶିକ୍ଷକ ମଧୁସୂଦନ ନାୟକ ଭଜନ ସନ୍ଧ୍ୟା କାର୍ଯକ୍ରମକୁ ସଂଯୋଜନା କରିଥିଲେ । ପଞ୍ଚମର ଛାତ୍ରଛାତ୍ରୀ ମାନେ ଜଗନ୍ନାଥଙ୍କ ସୁନ୍ଦର ଭଜନ ପରିବେଷଣ କରିଥିଲେ l
ପଞ୍ଚମର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଗୌରହରି ମହାପାତ୍ର ଭଜନ ସନ୍ଧ୍ୟା କାର୍ଯକ୍ରମକୁ ପରିଚାଳନା କରିଥିଲେ । ତବଲା ବାଦ୍ୟରେ କ୍ରିଷ୍ଣାରାଜ ପତି, ହର୍ମୋନୀୟମରେ ମୁରଲୀ ପତି ଏବଂ କେସିଓରେ ସାମନ୍ତ ବହୁତ ସୁନ୍ଦର ଭାବରେ ସଙ୍ଗୀତର ତାଳେ ତାଳେ ବାଦ୍ୟ ବଜାଇ ଭକ୍ତ ମାନଙ୍କ ମନ ମୋହି ନେଇଥିଲେ । ସନ୍ଧ୍ୟା ୭ ରୁ କାର୍ଯକ୍ରମ ଆରମ୍ଭ ହୋଇଥିବା ବେଳେ ଭକ୍ତ ଙ୍କ ଭିଡ଼ ବଢ଼ି ଯାଇଥିଲା । ଏଭଳି ଭଜନ କାର୍ଯକ୍ରମ ଯୋଗୁ ଲୋକଙ୍କ ମନରେ ଭକ୍ତି ଏବଂ ସାକାର ମନୋଭାବ ଦେଖାଦେଇଥିଲା ।