-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
05-Jul-2022
ସୁବର୍ଣ୍ଣପୁର // ରେଲୱେ ବିଭାଗର ମହିଳା ସୁଇପର ବି. ରେଡ୍ଡୀ ଙ୍କ ହଜି ଥିବା ମୋବାଇଲ ଓ ମନିପର୍ସ ଟଙ୍କା ଫେରାଇ ମାନବିକତା ଓ ମଣିଷପଣିଆର ବଡ଼ ପରୀକ୍ଷାରେ ବିଜୟୀ ହୋଇ ସୁଇପରଙ୍କ ହୃଦୟ ଜିଣିଲେ ସୁବର୍ଣ୍ଣପୁରର ଝିଅ ବିଜୟିନୀ ରଥ l ପ୍ରକାଶ ଥାଉ କି ଯେ ହାଇଦ୍ରାବାଦର ଏକ ସାମାଜିକ ଉତ୍ସବରେ ଯୋଗ ଦେଇ ସୁବର୍ଣ୍ଣପୁର ବଡ଼ବଜାରର ବୃନ୍ଦାବନ ରଥଙ୍କ ପରିବାର ଲୋକେ ଫେରୁଥିବା ବେଳେ ଗତ ୩ ତାରିଖ ରେ ସିକନ୍ଦାରବାଦ ୪ ନମ୍ବର ପ୍ଲାଟ ଫର୍ମରେ ଏକ ଦାମିକା ମୋବାଇଲ,ଦୁଇ ହଜାର ଟଙ୍କା ଓ କିଛି ଜରୁରୀ କାଗଜପତ୍ର ଥିବା ଏକ ମନିପର୍ସ କୁ ଶ୍ରୀ ରଥଙ୍କ ବିବାହିତା ଝିଅ ବିଜୟିନୀ ପାଇଥିଲେ l ପ୍ରାୟତଃ ଲୋକେ ମୋବାଇଲ ଟଙ୍କା କିଛି ମୂଲ୍ୟବାନ ଜିନିଷ ଲୁଟି ନେଇ କିମ୍ବା ହଜିଥିବା ଜିନିଷ ପାଇବା ପରେ ତୁରନ୍ତ ଜାଗା ଛାଡି ଫେରାର ମାରିବା ଘଟଣା ଆପଣ ଦେଖିଥିବେ ଶୁଣିଥିବେ l କିନ୍ତୁ ଏଠି ବିଜୟିନୀ ଙ୍କ କ୍ଷେତ୍ରରେ ଘଟିଛି କିଛି ଅଲଗା l ସିକନ୍ଦରାବାଦ ଷ୍ଟେସନ ରେ ଅଟକି ଥିବା ଓ ଟ୍ରେନ ଛାଡିବା ର ମାତ୍ର ୧୦ /୧୫ ମିନିଟ ଭିତରେ ପ୍ଲାଟ ଫର୍ମ ରେ ପାଇଥିବା ଏ ସବୁ ଜିନିଷ ତୁରନ୍ତ କେମିତି ହଜାଇ ଥିବା ଲୋକଙ୍କୁ ଫେରାଇ ନିଜ ର ଭାରାକ୍ରାନ୍ତ ମନକୁ ହାଲକା କରିବେ ସେ ନେଇ ବିଜୟିନୀ ଖୁବ ବ୍ୟସ୍ତ ବିବ୍ରତ ହୋଇ ପଡୁଥିବା ବେଳେ ହଜିଥିବା ମୋବାଇଲ କୁ ବ୍ୟସ୍ତ ବିବ୍ରତ ସ୍ବରରେ ଫୋନ କଲ ଆସିଲା, ମେମ ଆପଣ କେଉଁଠି ପ୍ଲିଜ ମୋ ଫୋନ ଆଉ ଟଙ୍କା ଫେରାଇଦିଅନ୍ତୁ, ଆଉ ଏ ପଟୁ ବିଜୟିନୀ ଖୁସିରେ ଉତ୍ତର ଦେଲେ ବ୍ୟସ୍ତ ହୁଅନ୍ତୁ ନି ଆପଣ 4 ନମ୍ବର ପ୍ଲାଟଫର୍ମକୁ ତୁରନ୍ତ ପହଂଚି ଜିନିଷ ସବୁ ନେଇଯାଆନ୍ତୁ l ଦୁଇ ମିନିଟ ବାକି ଥିଲା ସମୟ ଟ୍ରେନଛାଡିବା l ଆଉ ଠିକ ସେତିକି ବେଳେ ରେଲୱେ ସୁଇପର ବି. ରେଡ୍ଡୀ ହାତ ହଲାଇ ଦୌଡ଼ି ଦୌଡ଼ି ଆସୁଥିଲେ l ବିଜୟିନୀ ଙ୍କ ପାଖ ରୁ ସବୁ ଜିନିଷ ଉଦ୍ଧାର କରି ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ l ସେଇ ଖୁସିର ମୁହୂର୍ତ୍ତକୁ ଷ୍ଟେସନର ଲୋକେ ଉପଭୋଗ କରୁଥିବା ସମୟରେ ଟ୍ରେନ ଗଡ଼ିବା ଆରମ୍ଭ ହୋଇ ଯାଇଥିଲା ଆଉ ବିଜୟିନୀ ମଧ୍ୟ ଶ୍ରୀମତୀ ରେଡ୍ଡୀ ଙ୍କୁ ଖୁସି ଓ ବିନମ୍ରତାର ସହିତ ପ୍ରତି ନମସ୍କାର ଜଣାଇ ଖୁବ ତରବରରେ ଟ୍ରେନ ବଗିକୁ ଦୌଡ଼ି ଚଢ଼ିଥିଲେ l ଆଉ ଏଇ କାହାଣୀ ଓ ଦୃଶ୍ୟ ସିନେମା ଠୁଁ କିଛି କମ ନୁହେଁ l କଥାରେ ଅଛି ତୁଳସୀ ଦୁଇ ପତ୍ର ରୁ ବାସେ ଓ ସଂସ୍କାରିତ ପରିବାର ଓ ଶିକ୍ଷାନୁଷ୍ଠାନରୁ ଜୀବନ ଗଢ଼ିଥିଲେ ବଢ଼ିଥିଲେ, ତାକୁ ହିଁ ଅନ୍ୟ ମାନଙ୍କୁ,ସମଗ୍ର ସମାଜକୁ ଏଭଳି ସଂସ୍କାର ଓ ମହତ କାର୍ଯ୍ୟ ଶିଖେଇବାର
ସୁଯୋଗ ମିଳିଥାଏ l ଏଡ଼ଭୋଜେଟ ଶ୍ରୀମତୀ ରଥଙ୍କ ଏଭଳି ପ୍ରୟାସ ଓ ମହତ କାର୍ଯ୍ୟକୁ ସୁବର୍ଣ୍ଣପୁର , କଳାହାଣ୍ଡି ସହର ଓ କଟକ ହାଇକୋର୍ଟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଥିବା ବେଳେ ଆଗାମୀ ଯୁବପିଢୀଙ୍କୁ ଏହା ପ୍ରେରଣାର ବାର୍ତ୍ତା ଦେବ ନିଶ୍ଚିତ l ବିଜୟିନୀଙ୍କ ବାପା ବୃନ୍ଦାବନ ରଥ ଯିଏ କି ଦୀର୍ଘ ବର୍ଷ ରୁ ସୁବର୍ଣ୍ଣପୁରର କୁଷ୍ଠାଶ୍ରମକୁ ଯାଇ ପ୍ରତିଦିନ କୁଷ୍ଠ ରୋଗୀଙ୍କ ସେବା ଓ ତାଙ୍କ ଦୁଃଖ ସୁଖରେ ସାମିଲ ହୋଇ ଜଣେ କୁଷ୍ଠ ସାଥି ଭାବେ ପରିଚିତ l ବାପା, ମା ଓ ଭାଇ ନାରାୟଣ ରଥ ସ୍ୱଚ୍ଛ ଭାରତ ସୋନପୁରର ସଦସ୍ୟ ଥିବା ବେଳେ ହାଇକୋର୍ଟରେ ଲ ପ୍ରାକ୍ଟିସ କରୁଥିବା ବିଜୟିନୀଙ୍କ ସ୍ୱାମୀ ବଲାଙ୍ଗୀର ସଇଁତଳା ରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟରତ l