-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
05-Jul-2022
ବେଗୁନିଆପଡ଼ା(ଉମା ମହାରଣା) ଲଭ୍ ସେକ୍ସ ଆଉ ତାପରେ କୋର୍ଟ ବିବାହ। କିଛି ଦିନ ଏକାଠି ରହିବା ପରେ ସ୍ତ୍ରୀ ଯେତେବେଳେ ଗର୍ଭବତୀ ହେଲେ ତାପରେ ସ୍ତ୍ରୀ କଂ ସୁନା ଅଳଙ୍କାର ଲୁଟ କରି ଛାଡି ଚାଲିଗଲା ସ୍ବାମୀ। ଏହାପରେ ନିରୁପାୟ ମହିଳା ଜଣଙ୍କ ସ୍ଥାନୀୟ ମହିଳା ସଂଗଠନର ଦ୍ବାରସ୍ଥ ହୋଇ ଥାନାରେ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଚନ୍ଦନପୁରର ଶ୍ରୀକାନ୍ତ ପ୍ରଧାନ ନାମକ ଜଣେ ଯୁବକଙ୍କ ନାମରେ ଆସିଛି ଏଭଳି ଅଭିଯୋଗ। ଭୁବନେଶ୍ୱର ମହିଳା ସଂଗଠନ ସହାୟତାରେ ଆଜି ବେଗୁନିଆପଡ଼ା ଫାଣ୍ଡି ପୋଲିସର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା ମହିଳା। ମହିଳା ସଂଗଠନର ଅଭିଯୋଗକୁ ଆଧାର କରି ବେଗୁନିଆପଡ଼ା ପୋଲିସ ସହାୟତାରେ ଯୁବକ ଜଣକୁ
ଚନ୍ଦନପୁର ଗ୍ରାମରୁ ଫାଣ୍ଡିକୁ ଅଣାଯିବା ପରେ ଯୁବକଙ୍କ ପରିବାର ଲୋକ, ମହିଳା ସଂଗଠନ, ପିଡିତା ଓ ପୋଲିସ ଉପସ୍ଥିତିରେ ଏକ ଚୁକ୍ତିନାମା କରାଯାଇଛି। ଉଭୟ ପକ୍ଷ ସବୁ ମତାନ୍ତର ଭୂଲି ଆଗକୁ ଏକାଠି ମିଶି ରହିବାକୁ ଚୁକ୍ତି କରାଯାଇଛି। ଏଥିରେ ଖିଲାପ ହେଲେ ଆଇନଗତ କାର୍ଯ୍ଯାନୁଷ୍ଠାନ କୁ ଦାୟୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି।