-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
05-Jul-2022
ମୁରିବlହାଲ(ସୁଦାମ ଚରଣ ବଘାର) ମୁରିବlହାଲ ତାଳୁକ୍ ଆଇନ୍ ସେବା କମିଟି ତରଫରୁ ତାଳୁକ ଆଇନ ସେବା କମିଟିର ଅଧକ୍ଷ ତଥା ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନ୍ୟବର କିଶୋର କୁମାର ନାଥଙ୍କ ତତ୍ତ୍ଵାବଧାନରେ ମୁରିବାହାଲ ଡିଗ୍ରୀ କଲେଜ ପରିସରରେ ୭୩
ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ସରୋଜ କୁମାର ନାୟକ, ଅଧ୍ୟାପକ ଦିଲିପ୍ କୁମାର ପଶାୟତ, ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ କଲେଜର ସମସ୍ତ କର୍ମଚାରୀ, ଅଧ୍ୟାପକ, ଛାତ୍ରଛାତ୍ରୀ ତଥା ମୁରିବ।ହାଲ କୋର୍ଟ ର ବରିଷ୍ଠ କିରାଣୀ ଭକ୍ତରାମ ଯୁଏଡ,
ସହକର୍ମୀ ସୂମିତ ପଟ୍ଟନାୟକ, ସୁଧାଂଶୁ ସେନାପତି,କର୍ମଚାରୀ ରାଧାକାନ୍ତ ମାଝୀ, ଜୟନ୍ତ ସେଠ୍, ତାଳୁକ ଆଇନ ସେବା କମିଟି ର ସଦସ୍ୟ ହୃଷୀକେଶ ଭୋଇ, ଗୋପୀନାଥ ପାଣିଗ୍ରାହୀ, ସରକାରୀ ଓକିଲ ବିଶ୍ଵ ନାରାୟଣ ବହିଦାର, କୁମାର ଚନ୍ଦ୍ର ଖମାରୀ ସହ ମୁରିବ।ହାଲ ବନାଞ୍ଚଲ ଅଧିକାରୀ ଲିଙ୍ଗରାଜ ଭୋଇ, ଫରେଷ୍ଟର ପୁଷ୍ପାଞ୍ଜଳୀ ଯୋଶୀ, ଗୁଡିଘାଟ ଫରେଷ୍ଟର ଆଦିତ୍ୟ ନନ୍ଦ, ଗୁଲ୍ମୀ ଫରେଷ୍ଟର ରଞ୍ଜିତ କୁମାର ସିଂ ଦେଓ, ଡଙ୍ଗ।ବଞ୍ଜୀ ଫରେଷ୍ଟର ସୁନିଲ ଛତ୍ରିଆ ଫରେଷ୍ଟ ଗାର୍ଡ ପରମା ମାଝି, ମୋନାଲିସା ନନ୍ଦ, ଭୋଜରାଜ ଭୋଇ ପ୍ରମୁଖ ମହୋତ୍ସବ ରେ ସାମିଲ ହୋଇ ଥିଲେ ।