-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
05-Jul-2022
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ) /ବଲାଙ୍ଗୀର ଜିଲ୍ଲା ସର୍ବ ପୁରାତନ ଐତିହ୍ଯ ସମ୍ପନ୍ନ ରାଣୀପୁର ଝରିଆଲ ସୋମେଶ୍ବର ମହାଦେବ ଙ୍କ ମନ୍ଦିର ସ୍ଥିତ ଭୋଗମଣ୍ଡପରେ ଚଳିତ ବର୍ଷ ଶ୍ରାବଣ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ଟ୍ରଷ୍ଟ କମିଟିର ସଭାପତି ମାଣିକ ଚନ୍ଦ ଜୈନ ଙ୍କ ତତ୍ତ୍ଵାବଧାନ ରେ ହୋଇଥିବା ଏହି ବୈଠକରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା ସଭାପତିତ୍ବ କରିଥିଲେ। ବୈଠକକୁ ରାଣୀପୁର ଝରିଆଲ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ
ପରିଚାଳନା କରିଥିଲେ। ସମ୍ମାନିତ ଅତିଥିଭାବେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଓ ସିନ୍ଧେକେଲା ଥାନାଧିକାରି ଆଲୋକ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କରୋନା ମହାମାରି ଯୋଗୁଁ ଦୁଇ ବର୍ଷ ପରେ ତନ୍ତ୍ର ମନ୍ତ୍ର ମନ୍ଦିର ମାଳିନୀ ୬୪ ଯୋଗିନୀ ଗଣଙ୍କ ଗହଣରେ ଥିବା ସୋମେଶ୍ବର ମହାଦେବଙ୍କ
ପିଠରେ ଚଳିତ ବର୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ବୋଳବମ ବାଳା ଜଳଲାଗି କରିବା ପାଇଁ ବହୁ ସଂଖ୍ୟାରେ ପହଞ୍ଚିବା ଆଶା ରହିଛି । ତେଣୁ ପ୍ରବଳ ଭିଡକୁ ଆଖି ଆଗରେ ରଖି ଆସୁଥିବା ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା କୁ ବୈଠକରେ ଗୁରୁତ୍ବ ଦିଆ ଯାଇଥିଲା। ପ୍ରତିବର୍ଷ ଭଲି ଏଥର ମଧ୍ଯ ମନସ୍କାମନା କରିଥିବା ଦାତା ମାନଙ୍କୁ ନିଜ ଖର୍ଚ୍ଚରେ ଭୋଗ ବ୍ୟବସ୍ଥା କରି ବୋଳବମ ଭକ୍ତଙ୍କୁ ଯୋଗାଇଦେବା ପାଇଁ କମିଟି ତରଫରୁ ଆମନ୍ତ୍ରିତ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ, ଝରିଆଲ ସରପଞ୍ଚ ଭରଦ୍ବାଜ ଗହିର, ଅଳଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଝଳପ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ , ଗୋପୀନାଥ ସାହୁ , ମଞ୍ଜେସ ମେହେର, କ୍ଷୀରସିନ୍ଧୁ ଭୋଇ, ପର୍ମାନନ୍ଦ ଭୋଇ, ଦୀପକ ଯାଦବ, ରଶ୍ମିରଞ୍ଜନ ପୁଟେଲ, ହୁଲେଶ୍ବର ହଂସ, ଅଶୋକ ଭୋଇ, ଗଣେଶ ସାହୁ , ପ୍ରହଲ୍ଲାଦ ସାହୁ , କିଶୋର ସାହୁ , ହେମନ୍ତ ସାହୁ , ନୌରାଜ ରଣା , ନିତ୍ୟାନନ୍ଦ ପୃଷେଠ ପ୍ରମୁଖ ଉପସ୍ଥିତ ଥିଲେ।