-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
04-Jul-2022
କଳାହାଣ୍ଡି ,କୋକସରା (ତ୍ରିନାଥ ବେଶ୍ରା )
ସାଧାରଣ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ବଡ଼ ଖବର ବୈଦୁତିକ ଗଣମାଧ୍ୟମର ମୁଖ୍ୟ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶ ମନୋଭାବ ପୋଷଣ କରି ରାତି ଅଧିଆରେ ଜଣେ ଦୁର୍ଦ୍ଧାନ୍ତ ଅପରାଧି ସଦୃଶ ଗିରଫ କରାଯାଇଛି। ଇ ଓ ଡବ୍ଲୁ ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଭାରତୀୟ ପିଙ୍ଗଳ କୋଡ଼ ଅନୁଯାୟୀ ୪୦୬/୪୨୦/୪୬୭/୪୬୮/୪୭୧ ଏବଂ ୧୨୦ (ବି) ଦଫାରେ ଗିରଫ୍ କରି ଜେଲ ହାଜତକୁ ପଠା ଯାଇଛି। ତାହାର ପ୍ରତିବାଦରେ ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ସାମ୍ବାଦିକ ସଙ୍ଘ ପକ୍ଷରୁ ମହାମହିମ ରାଜ୍ୟପାଳ ଓଡିଶା ସରକାର ଙ୍କୁ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ମନିଷା ଦାସ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଠାରେ ଉକ୍ତ ଘଟଣାକୁ ଘୋର ନିନ୍ଦା କରିବା ସହ ପ୍ରତିବାଦ କରି କୋକସରା ବ୍ଲକ୍ ସାମ୍ବାଦିକ ସଙ୍ଘ ରାଲି କରି ଏହି ମାମଲାର ସଠିକ୍ ତଦନ୍ତ କରିବା ସହ ଅର୍ଦ୍ଧେନ୍ଦୁ ଦାସଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରି କାରାଗାର ରୁ ମୁକ୍ତ କରିବା ପାଇଁ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଓଡିଶା ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।