-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
04-Jul-2022
ତରଭା (ମନୋରଞ୍ଜନ ତ୍ରିପାଠୀ) ମା ମାହେଶ୍ୱରୀ ସମାଜ କଲ୍ୟାଣ ସଂଗଠନ ଓ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ଆୟୋଜିତ ହୋଇଥିବା ଗତକାଲି ର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଉପଲକ୍ଷେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା, ମାହେଶ୍ୱରୀ ସଂଗଠନ ପକ୍ଷରୁ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ତରଭା ଧର୍ମଶାଳା
ଠାରୁ ଦୁର୍ଗା ମଣ୍ଡପ ଯାଏଁ ଏକ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସ୍ୱାସ୍ଥ୍ୟ ମେଳାର ସଭା କାର୍ଯ୍ୟ ପରେ ଏହି ଶିବିରକୁ ଏସପି ଅମରେଶ ପଣ୍ଡା ଉଦଘାଟନ କରି ସ୍ବେଛାସେବୀଙ୍କୁ ଉତ୍ସାହିତ କରିଥିବା ବେଳେ ତରଭା ତହସିଲଦାର ଅନାଦି ଚରଣ ସାହୁ, ଏନ ଏ ସି ଅଧିକାରୀ ସୂର୍ଯ୍ୟାମଣି ଭୋଇ, ଏନ ଏ ସି ଅଧ୍ୟକ୍ଷା ବନ୍ଦିତା ନାଏକ, ତରଭାର ବରିଷ୍ଠ ସାମ୍ବାଦିକ ମାନଭଞ୍ଜନ ମିଶ୍ର, ବରିଷ୍ଠ ନାଗରିକ ଜୟପ୍ରକାଶ ସାହୁ, ମାହେଶ୍ୱରୀର ଉପଦେଷ୍ଟା ବ୍ୟାସଦେବ ନନ୍ଦ, ଲୋଟଶ ଷଡ଼ଙ୍ଗୀ, ଦିନେଶ ଶର୍ମା, ଡ଼. ଲଳିତ ସାହୁ ଓ ସୁନିତା ଗିରି ସମେତ ସମସ୍ତ ମହିଳା ସଦସ୍ୟ ଏବଂ ସ୍ୱଚ୍ଛ ଭାରତ ସଂଗଠନର ଉପସଭାନେତ୍ରୀ ଇନ୍ଦୁମତୀ
ପୁରୋହିତ, ଉପ ସଭାପତି ମନୋଜ ପଣ୍ଡା, ଲଡ଼ୁ କିଶୋର ମଲ୍ଲିକ, ତରଣୀ ମେହେର, ବରିଷ୍ଠ ସଭ୍ୟ ପ୍ରମୋଦ ସାହୁ, ଡା. ସରୋଜ ପଟେଲ, ତ୍ରିଲୋଚନ ତରିଆ, ସୁଶାନ୍ତ ସାହୁ, ପ୍ରମୁଖ ବହୁ ସଭ୍ୟ ଓ ତରଭା, ବଲାଙ୍ଗୀର ଅଂଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଧର୍ମ ଶାଳା ରୁ ଦୁର୍ଗା ମଣ୍ଡପ ସାପ୍ତାହିକ ବଜାର ଯାଏଁ ରାସ୍ତା ରେ ପଡ଼ିଥିବା ଆବର୍ଜନା ପଲିଥିନ ସବୁ କୁ ଗୋଟାଇ ଥିଲେ ଏବଂ ପରିବେଶ ସୁସ୍ଥତା ଓ ସୁରକ୍ଷା ପାଇଁ ସହର ର ଜନସାଧାରଣଙ୍କୁ ଏକ ପ୍ଲାଷ୍ଟିକମୁକ୍ତ ସଚେତନତା ର ବାର୍ତ୍ତା ପହଞ୍ଚାଇଥିଲେ l