-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
04-Jul-2022
ମୁରିବାହାଲ(ସୁଦାମ ଚରଣ ବଘାର) ମୁରିବାହାଲରେ ସୋମବାର ଦିନ ଓଡିଶା ଆଦର୍ଶ ବିଦ୍ୟାଳୟ ୧୦୦ ବିଶିଷ୍ଟ ଛାତ୍ରୀ ନିବାସ ସୋମବାର ଦିନ ଉଦଘାଟନ ହୋଇଯାଇଛି|ଏହି ଅବସରରେ ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ପିତାମ୍ବର ବେସରା ଙ୍କ ସଭାପତିତ୍ୱ ରେ ଗୋଟିଏ ସଭା ଆୟୋଜନ ହୋଇଥିଲା |ଏହି ସଭାର ମୁଖ୍ୟଅତିଥି ତହସିଲଦାର ସୁନାଲି ପାତ୍ର, ମୁଖ୍ୟ ବକ୍ତା ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ସମ୍ମାନିତ ଅତିଥି ଏବିଇଓ କୋଦଣ୍ଡ ଭୋଇ ଓ ସାମ୍ବାଦିକ ସଙ୍ଘ ସଭାପତି ଭଗବାନ ମହାନ୍ତି |ଅତିଥି ବୃନ୍ଦ ଦୀପ ପ୍ରଜ୍ବଳନ କରି ମୁଖ୍ୟ
ଅତିଥି ତହସିଲଦାର ଶ୍ରୀମତୀ ପାତ୍ର ଆନୁଷ୍ଠାନିକ ଭାବରେ ଛାତ୍ରୀ ନିବାସ କୁ ଉଦଘାଟନ କରିଥିଲେ |ଏହି ଅବସରରେ ଅତିଥି ବୃନ୍ଦ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଯେପରି ଭଲ ନା ରଖିବେ ତା ସହିତ ଯେଉଁ ଛାତ୍ରଛାତ୍ରୀ ଙ୍କ ଯେଉଁ ବିଷୟରେ ପ୍ରତିଭା ଅଛି ତାହା ଉପରେ ଗୁରୁତ୍ୱ ଦେଇ ବିକଶିତ କରିବାପାଇଁ କହିଥିଲେ |ଛାତ୍ରଛାତ୍ରୀ ମାନେ ଆଦର୍ଶ ବିଦ୍ୟାଳୟ ର ନା ସହିତ ଅଞ୍ଚଳର ନା ରଖିବେ ମଣିଷଟିଏ ହୋଇ ଭଲ ମଣିଷ ହେବେ | ହଷ୍ଟେଲ ହେବା ଦ୍ୱାରା ଛାତ୍ରୀମାନେ ତାଙ୍କର ପଢିବାପାଇଁ ସମୟ ପାଇବେ ତା ସହିତ ସନ୍ଦେହ ଦୂର କରିପାରିବେ| ଏହି ଅବସରରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଚ୍ଛି |
ଛାତ୍ରୀ ନିବାସ କାର୍ଯ୍ୟକ୍ଷମ ହେଲାପରେ ଆହୁରି ସିଟ ସଂଖ୍ୟା ବଢିବା ସହିତ ଛାତ୍ର ନିବାସ ହୋଇନଥିବାରୁ କେମିତି ଶୀଘ୍ର ତିଆରି ହୋଇପାରିବ ତାହାରି ଉପରେ ମଧ୍ୟ ସରକାର ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି |
ଏହି ଅବସରରେ ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଈଶ୍ୱରଚନ୍ଦ୍ର ମଣ୍ଡଲ,ରିଙ୍କି ହରପାଲ, ଅରକ୍ଷିତ ନାଗ, ମୁକ୍ତେଶ୍ଵର ଛୁରା, ଶିବ ଶଙ୍କର ସେଠ, ସୌମ୍ୟବ୍ରତ ସତପଥି, ପ୍ରକାଶ କୁମାର ରାଉତ, ଛୋଟରାୟ ମାରାଣ୍ଡି, ଶଶାଙ୍କ ଶେଖର କବାଟ, କେଶବନନ୍ଦ ମଲ୍ଲିକ, ଗୀତାଞ୍ଜଳି ସେଠ, ହିମାଂଶୁ ବୁଏ,, ରାଜୀବ ପୁଟେଲ, ପ୍ରଭାସ ରଞ୍ଜନ ମେହେର,ସ୍ୱରୂପ ଠାକୁର, ରୋଶନ କୁମାର ମିଶ୍ର, ଆକାଶ ହରପାଲ, ବିକାଶ ଚନ୍ଦ୍ର ମହନ୍ତ, ଡୋଲମଣି ବାଗ, ସୌମିତ୍ରୀ ସାହୁ, ଲିଙ୍ଗରାଜ ପ୍ରଧାନୀ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ | ଶିବ ଶଙ୍କର ସେଠ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ |