-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ   (29-Mar-2024)       ||      ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   (29-Mar-2024)       ||      ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   (29-Mar-2024)       ||      ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||     

HOME   ଜିଲ୍ଲା

ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ପ୍ରତିବାଦ, ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ

04-Jul-2022



ବାରିପଦା(ପ୍ରେରଣା ଖବର): ସାରା ଦେଶରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ସରକାରୀ ତଥା ସାମ୍ବିଧାନିକ ସଂସ୍ଥା ଗୁଡିକ କୋଠର ଆଚରଣ ପ୍ରଦର୍ଶନ କରୁଥିବା ବେଳେ, ଆମ ରାଜ୍ୟ ଓଡିଶାରେ ମଧ୍ୟ ଆନୁପାତିକ ଭାବେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ତଥା ସରକାରୀ ସଂସ୍ଥାର ଅମାନୁଷିକ ଆଚରଣ ପ୍ରଦର୍ଶନ ବଢିବଢି ଚାଲିଛି । ନିକଟ ଅତୀତରେ ଓଡିଶାର ଜଣେ ବରିଷ୍ଠ

ସାମ୍ବାଦିକ ବଡଖବର ଟିଭିର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଏକ ସାଧାରଣ କେସରେ ଇଓଡବ୍ଲ୍ୟ ଯେଭଳି ଭାବରେ ଘରେ ବାରମ୍ବାର ଚଢାଉ କରିବା, ରାତିଅଧରେ ଗିରଫ କରିବା, ଗିରଫ ବେଳେ ଓ ହସପିଟାଲ ନେବା ସମୟରେ ତାଙ୍କ ମୁହଁକୁ ଚାପିରଖିବା, ଠେଲାପେଲା କରିବା, ଗଣ ମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ରଖିବାକୁ ନଦେବା ଭଳି ଅମାନୁଷିକ ଭାବରେ ଜଣେ ହାର୍ଡକୋର କ୍ରମିନାଲ ଭଳି ଆଚରଣ ପ୍ରଦର୍ଶନ କରିବା ଘଟଣାକୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ମୟୂରଭଂଜ ଜିଲ୍ଲା ୟୁନିଟ ପକ୍ଷରୁ ନିନ୍ଦା କରିବା ସହ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଜଣେ ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଅମାନୁଷିକ ଆଚରଣ ପ୍ରଦର୍ଶନ କରି ତାଙ୍କର ମାନବାଧିକାର କ୍ଷ୍ୟୁର୍ଣ୍ଣ କରିଥିବା ଇଓଡବ୍ଲ୍ୟର ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ବରିଷ୍ଠ ସାମ୍ବାଦିକଙ୍କ ନାମରେ ହୋଇଥିବା ମାମଲାକୁ ସ୍ୱତନ୍ତ୍ର ବିଚାରକୁ ନେଇ ତାଙ୍କୁ ନିସର୍ତ ଖୋଲାସ କରିବା ଏବଂ ଆଗକୁ ଏଭଳି ଘଟଣାର ପୁନରାବୃତି ନହେବା ପାଇଁ ଦାବୀ କରାଯାଇଛି । ଏହି ବିକ୍ଷୋଭ ସମାବେଶରେ ଓଜେୟୁର ଜିଲ୍ଲା ସଭାପତି ରଂଜନ କୁମାର ଦାଶ, ସାଧାରଣ ସମ୍ପାଦକ ଅଭିଜିତ ମହାନ୍ତି, ରାଜ୍ୟ

ଉପସଭାପତି ଦୀପକ କୁମାର ମାୟକ, ଜିଲ୍ଲା ଉପସଭାପତି ଦୋଳଗୋବିନ୍ଦ ବାରିକ, ସହ ସମ୍ପାଦକ ପ୍ରିୟବ୍ରତ ମିଶ୍ର, ସୁକାନ୍ତ ଜୀଉ, ଆର୍ଯ୍ୟଭଟ୍ଟ ମହାନ୍ତି, ସୁବ୍ରତ ପ୍ରଧାନ, ଅସୀତ ସଡଙ୍ଗୀ, ଦେବେନ୍ଦ୍ର ନାଥ ଦାଶ, ସାରଦା ପ୍ରସାଦ ବାରିକ, ଅଭିଷେକ ଖୁଂଟିଆ, ପ୍ରଦୀପ୍ତ ହୋତା, ଅମର ପଂଝା, ଲକ୍ଷ୍ମଣ ଜେନା, ତରୁଣ କୁମାର ଦାସ, ସଂଜୀବ କୁମାର ରଣଜିତ, ରବିନ୍ଦ୍ର କୁମାର ନାୟକ, ମନୋଜ କୁମାର ପଣ୍ଡା, ଲଳିତ ବାରିକ, ଦିଲ୍ଲୁପ ପାତ୍ର, ଜୟନ୍ତ ଧଡା, ସ୍ୱରୁପାନନ୍ଦ ଦାସ, ଦୋଳଗୋବିନ୍ଦ ନାୟକ, ଦୀପକ ମୁଦୁଲି, ହରେକୃଷ୍ଣ ପାତ୍ର, ପ୍ରଭାସ କୁମାର ସାହୁ, ବିଜୁ ସିଂ ପ୍ରମୁଖ ବହୁ ସାମ୍ବାଦିକ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ   29-Mar-2024
  ଜିଲ୍ଲା  
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   29-Mar-2024
  ଜିଲ୍ଲା  
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   29-Mar-2024
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024

You Might Also Like