-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
30-Jun-2022
ବଲାଙ୍ଗିର (ପୂର୍ଣ ଶଶୀ ଶେଖର ରାଓ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗାଁ ରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ବିଜ୍ଞାନର ବୋଟାନି
ପଢାଇଲେ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା l ଜିଲ୍ଲାପାଳ ପାଠ ପଢ଼ାଉଥିବା ବେଲେ ଛାତ୍ର ଛାତ୍ରୀମାନଙ୍କ ମନରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା l ଜିଲ୍ଲାପାଳ ଙ୍କ ଏଭଳି କାର୍ଯ୍ୟ ପ୍ରତି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହେଉଛି । ଏଭଳି ଆହୁରି ବିଦ୍ୟାଳୟ ମାନଙ୍କୁ ଯାଇ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ଓ ଖାଦ୍ୟପେୟ ବିଷୟରେ ଦେଖାଶୁଣା କଲେ ବଲାଙ୍ଗିର ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଉପକୃତ ହୁଅନ୍ତେ ବୋଲି
ଜନସାଧାରଣରେ ମତ ପ୍ରକାଶ ପାଉଛି।ତାଙ୍କ ପରିଦର୍ଶନ ସମୟରେ ପାଟଣାଗଡ ଉପଜିଲ୍ଲାପାଳ ଡ଼.ବିଜୟାନନ୍ଦ ସେଠି, ଖପ୍ରାଖୋଲ ଅତିରିକ୍ତ ବିଡ଼ିଓ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ବ୍ଳକ ଇଞ୍ଜିନିୟର ସୌମ୍ୟ କିଶୋର ଜୟପୁରିଆ , ବଲାଙ୍ଗିର ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସ୍କୁଲ ର ଅଧ୍ୟକ୍ଷ ଉପସ୍ଥିତ ଥିଲେ l