-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
27-Jun-2022
ବୌଦ୍ଧ (ଅକୃର ସାହୁ) ଅନ୍ତର୍ଜାତୀୟ ଯୋଗ ଦିବସ ତା ୨୧.୬.୨୦୨୨ ରିଖ ଠାରୁ ତା.୨୭.୬.୨୦୨୩ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଦିବ୍ୟ ଜୀବନ ସଂଘ ଓ ଯୋଗ ବୁଦ୍ଧମ ର ମିଳିତ ଆନୁକୂଲ୍ୟରେ ଏକ ଯୋଗ ଶିବିର ବୌଦ୍ଧ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଉଦଘାଟନୀ ଉତ୍ସବ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିର ର ଶୁଭ ଉଦଘାଟନ କରିଥିଲେ l ଉଦଯାପନୀ ଉତ୍ସବ ଉପଲକ୍ଷେ ତା.୨୭.୬.୨୦୨୨ ରିଖ ଦିନ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ରେ ଅଂଶ ଗ୍ରହଣ କରିଥିବା ଶିକ୍ଷାନୁଷ୍ଠା ନ ଛାତ୍ର, ଛାତ୍ରୀ ଙ୍କୁ ପ୍ରମାଣ
ପତ୍ର ଓ ପୁରସ୍କାର ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ବିକାଶ ମାହାର ଓ ସହ ପ୍ରଶିକ୍ଷକ ସୁଶ୍ରୀ ଅନିମା ପଟ୍ଟନାୟକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଏବଂ ସହ ପ୍ରଶିକ୍ଷକ ଭାବେ ମନରଞ୍ଜନ ମହାପାତ୍ର ଓ ସୁବାସ ଭୋଇ ସହଯୋଗ କରିଥିଲେ l ଏହି ଶିବିରରେ ବିଭିନ୍ନ ଶିକ୍ଷାନୁଷ୍ଟାନ ର ୨୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l