-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
25-Jun-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା )
ନୂଆଗାଁ ବ୍ଲକ ପାରାଢିପି ପଂଚାୟତର ବେଶ ଜଣାଶୁଣା ସ୍ବାଧିନତା ସଂଗ୍ରାମୀଙ୍କ ଗ୍ରାମ ଥୁଆବାରୀ ଏବଂ ଉଦୟପୁର ପଂଚାୟତ ଦାଶିଆ ଅଜାଙ୍କ ସଂଗ୍ରହାଳୟକୁ ପରିଦର୍ଶନ କରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ। ଦାଶିଆ ଅଜାଙ୍କ ସଂଗ୍ରହାଳୟକୁ ବିଭିନ୍ନ ସମୟରେ ସେ ଗ୍ରସ୍ତ କରିଥାନ୍ତି। ଆଜି ସେ ସଂଗ୍ରହାଳୟର ସମସ୍ୟା ବିଷୟରେ ପଚାରି ବୁଝିବା ସହ ବର୍ତମାନ ସମୟରେ ସଂଗ୍ରହାଳୟକୁ ଆସିଥିବା ନୂତନ ପୁସ୍ତକ ଏବଂ ପୁରାତନ ସାମଗ୍ରୀ ଗୁଡିକ ଦେଖି ଅତ୍ୟନ୍ତ ଖୁସି ହେବା ସହ ସଂଗ୍ରହାଳୟର ସଂପାଦକ ଦୀପକ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ସେହିପରି ଥୁଆବାରୀ ଗ୍ରାମର ସମାଧି ପୀଠରେ ପୁଷ୍ପମାଲ୍ୟ ଦେବା ସହ ସ୍ବାଧିନତା ସଂଗ୍ରାମୀ ମାନଙ୍କର ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ପାରାଢିପି ପଂଚାୟତ ସରପଂଚ ବିଭୂତି ଭୂଷଣ ପ୍ରଧାନ, ଥୁଆବାରୀ ଗ୍ରାମ ସଭାପତି ବିଜୟ କୁମାର ସାହୁଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।