-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||     

HOME   ରାଜ୍ୟ

ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ

25-Jun-2022



ପୁରୀ (ସମୀର ରଞ୍ଜନ ନାୟକ )ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଆଗାମୀ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ କରିବାକୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଚଳିତ ରଥଯାତ୍ରା ରେ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ଆକଳନ କରାଯାଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ଉଭୟ ପୋଲିସ ଓ ପ୍ରଶାସନ ପାଇଁ ଗୁରୁ ଦାୟିତ୍ୱ ବୋଲି କହିଥିଲେ। ଏହାକୁ  ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକ ମାନଙ୍କୁ ସୁବିଧା ଓ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ଏସ ପି ଡଃ କନୱର ବିଶାଲ ସିଂ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ନିଷ୍ଠାର ସହ ନିର୍ଦ୍ଧାରିତ ସ୍ଥାନ ମାନଙ୍କ ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅତିଥି ମାନଙ୍କ ସୁରକ୍ଷା ଓ ଯାତ୍ରୀ ମାନଙ୍କ ସୁରକ୍ଷା ସହ ଶୃଙ୍ଖଳିତ ଯାତ୍ରୀ ମାନଙ୍କ ଦର୍ଶନ ଓ ଯାତାୟାତ ପାଇଁ ରଥଯାତ୍ରା ଦିନ ପ୍ରତ୍ୟୁଷରୁ ବଡଦାଣ୍ଡରେ କୌଣସି ଗାଡି ନ ରଖାଇଦେବା, ସେବାରେ ନିୟୋଜିତ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କୁ ନିର୍ଦ୍ଧାରିତ ସ୍ଥାନରେ ସେବା ଯୋଗାଇବାରେ ସହଯୋଗ କରିବା, ଅଯଥା ଗହଳି କରାଇ ନ ଦେବା, ଟ୍ରାଫିକ ନିୟନ୍ତ୍ରଣ,ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଆଶୁ ଚିକିତ୍ସା ବ୍ୟବସ୍ଥା ,ଆମ୍ବୁଲାନ୍ସ ବ୍ୟବସ୍ଥା  ଇତ୍ୟାଦିର ସୁପରିଚାଳନା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପ୍ରାଥମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଦୀଲିପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସପି ଶ୍ରୀ ମିହିର ପ୍ରସାଦ ପଣ୍ଡା, କମାଣ୍ଡାଣ୍ଟ ଲିଗଂରାଜ ମିଶ୍ର, ପ୍ରକଳ୍ପ ନିର୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଏସପି ଗୁଇନ୍ଦା ଶ୍ରୀ ଜ୍ଞାନ ମହାପାତ୍ର,ଆସିଷ୍ଟାଣ୍ଟ କମାଣ୍ଡର ଶ୍ରୀ ଜିତେନ୍ଦ୍ର କୁମାର ଦେହୁରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ମାଜିଷ୍ଟ୍ରେଟ ଓ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ। ଡେପୁଟି କଲେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ଜେନା, ଶ୍ରୀ ରଞ୍ଜନ କୁମାର ଵେହେରା,ସହକାରୀ ଜିଲ୍ଲାପାଳ ଶ୍ରୀ ପର୍ଶୁରାମ ମଲ୍ଲିକ ବୈଠକ ପରିଚାଳନା ରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024
  ଜିଲ୍ଲା  
ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   28-Mar-2024
  ଜିଲ୍ଲା  
କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    27-Mar-2024
  ଜିଲ୍ଲା  
ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   27-Mar-2024

You Might Also Like