-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
23-Jun-2022
ବରଗଡ:-ବରଗଡ ଜିଲ୍ଲା ଅନ୍ତର୍ଗତ ଗର୍ଭଣା ଗ୍ରାମରେ ବିପୁଳ ପରିମାଣର କଫ ସିରଫ ଗଚ୍ଛିତ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ କମିଶନର ଆଶିଷ ସିଂ ଙ୍କ ନିର୍ଦ୍ଦେଶକ୍ରମେ ବରଗଡ ଅବକାରୀ ଏସ.ପି ପ୍ରଦୀପ ପଟ୍ଟନାୟକ ଓ ଇନ୍ସପେକ୍ଟର ରଶ୍ମିତା ଲାକ୍ରା ଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ ଗର୍ଭଣା ଗ୍ରାମରେ ଅତର୍କିତ ଚଢ଼ାଉ କରି ୮୯୦ ବୋତଲ କଫ
ସିରଫ ଜବତ କରିବା ସହ ମୂଖ୍ୟ ଅଭିଯୁକ୍ତ ଗର୍ଭଣା ଗ୍ରାମର ଶରତ ଚନ୍ଦ୍ର ଆଚାର୍ଯ୍ୟ ବୟସ ୬୦ କୁ ଗିରଫ କରିବା ସହ ଏକ୍ସସାଇଜ କେଶ ନମ୍ୱର ୧୧୫/୨୨/୨୩ ଏଡପିଏସ ଆକ୍ଟ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।ଏହି ଚଢାଉ ରେ ଏସ.ଆଇ ମୋହନ ପ୍ରଧାନ ଙ୍କ ସମେତ ଉଷାବତୀ ଗୈାଡ, ଅଶୋକ କୁମାର ପଟେଲ, ମୋବାଇଲ ଟିମ୍ ସହ ବରଗଡ ଅବକାରୀ ବିଭାଗ ଏହି ଚଢଉ ରେ ସାମିଲ ଥିଲେ