-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
23-Jun-2022
ଟିଟିଲାଗଡ଼,(ସନ୍ତୋଷ କୁମାର ନାଏକ): କାର୍ଯ୍ୟରତ ଥାନାଧିକାରୀ ଟିଟିଲାଗଡ ଡାକ୍ତରଖାନା ନିକଟରେ ଜଣେ ବ୍ୟକ୍ତି ଙ୍କୁ ରକ୍ତଦାନ କରି ନିଜ ମହାନତାର ପରିଚୟ ଦେଇଛନ୍ତି lତାଙ୍କ ପରିବାର ର ଜଣେ ସମ୍ପର୍କୀୟଙ୍କୁ ରକ୍ତର ଆବଶ୍ୟକ ଥିବା ନେଇ ସେ ରକ୍ତଦାତା ଖୋଜୁଥିବା ପ୍ରକାଶ କରିଥିଲେ । ଏହା ଜାଣି ଥାନାଧିକାରୀ ରଞ୍ଜନ ବାରିହା ନିଜେ ସ୍ଥାନୀୟ ରକ୍ତଭଣ୍ଡାର ଯାଇ ରକ୍ତ ଦେଇଥିଲେ । ରକ୍ତଭଣ୍ଡାର ପରିଚାଳକ ଗଜୀନ୍ଦ୍ର ନାଥ ରାଉତ ରକ୍ତଦାନ ଓ ପ୍ରକ୍ରିୟାକରଣ କାର୍ଯ୍ୟ କରିଥିଲେ । ଏ ନେଇ ଜିଲ୍ଲା ରକ୍ତଦାତା ସଂଘ ତଥା ଜନସେବା ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରି କରାଯାଇଛି ।