-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
23-Jun-2022
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର ଝରିଆଲ ଠାରେ କୋଶଲ ଯୁବ ଶକ୍ତିର କମିଟି ଗଠନ ହୋଇଯାଇଛି। ସଭାପତି ଭାବରେ କେଦାର ଭୋଇ, ଉପ ସଭାପତି ପ୍ରକାଶ ରଣା ଓ ନୀଳକଣ୍ଠ ବାରିକ, ସମ୍ପାଦକ ଭାବେ ଅନନ୍ତ ବାଗ, ସହ ସମ୍ପାଦକ ଦ୍ରୋପଦ ବାରିକ, ଆଇଟି ସେଲ ପାଇଁ ନବୀନ ରଣା ଏବଂ ଉପଦେଷ୍ଟା ମଣ୍ଡଳୀରେ ହେମନ୍ତ ସାହୁ, କେକି ସିଂ ଭୋଇ, ନୌରାଜ ରଣା, ରାଜୁ ହାତୀଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରା ଯାଇଥିଲା। ଏଥିରେ ଆସନ୍ତା ଅଗଷ୍ଟ ୮ ତାରିଖରେ ଦିଲ୍ଲିର ଯନ୍ତର ମନ୍ତର ଠାରେ ହେବାକୁଥିବା ଧାରଣା
ଉପରେ ଆଲୋଚନା ହୋଇଥିଲା। ଏବଂ ଆସନ୍ତା ଦିନରେ କୋଶଲାଞ୍ଚଳର ଭିନ୍ନଭିନ୍ନ ସମସ୍ୟା ସହ ଐତିହ୍ଯ ସମ୍ପନ୍ନ ରାଣୀପୁର ଝରିଆଲ ଯୋଗିନୀ ପୀଠକୁ ନେଇ ଜୋରଦାର ଆନ୍ଦୋଳନ କରାଯିବା ପାଇଁ ବହୁ ସଦସ୍ଯ ମତ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ଦେବରାଜ ଜାନୀ, ଦାକେଶ୍ବର ଭୋଇ, ବିଷ୍ଣୁ ମାଝୀ, ଲୋକନାଥ ମହାନନ୍ଦ,
ବୈରାଷ୍ଟ୍ର ରଣା,କଳାକାହ୍ନୁ ମହାନନ୍ଦ ଉପସ୍ଥିତ ଥିଲେ