-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
22-Jun-2022
ବଲାଙ୍ଗୀର /ବେଲପଡା (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍ କପାଣି ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିଗୁଡା ଗ୍ରାମର ଜୟକୃଷ୍ଣ ସୁନା ଏବଂ ଲକ୍ଷ୍ମୀ ସୁନାଙ୍କ ଝିଅ ଭବାନି ସୁନା । ସେ ଥିଲେ ଜଣେ ମେଧାବୀ ଛାତ୍ରୀ l ତାଙ୍କ ସ୍ବପ୍ନ ଥିଲା ଯେ ପାଠ ପଢି ସରକାରୀ ଚାକିରି କରିବେ । ହେଲେ ଭାଗ୍ୟର ବିଡମ୍ବନା ଯେ ତାଙ୍କ ସ୍ବପ୍ନ ; ସ୍ବପ୍ନ ରେ ରହିଗଲା ।ଯେତେବେଲେ ସେ ଦଶମ ଶ୍ରେଣୀରେ ପଢୁଥିଲେ ସେତେବେଲେ ସେ ପକ୍ଷାଘାତ ରୋଗରେ ପୀଡିତ ହେଲେ ଏବଂ ତାଙ୍କ ଯିବା ଆସିବାରେ ବହୁ କଷ୍ଟ ଭୋଗୁଥିଲେ । ବର୍ତ୍ତମାନ ସେ ଚାଲିବୁଲି ପାରୁନାହାନ୍ତି l ସବୁବେଳେ ଘରେ ରହୁଛନ୍ତି।ଏ ବିଷୟରେ ଖବର ପାଇ ପାଟଣାଗଡର 'କନ୍ଯାକିରଣ ଫାଉଣ୍ଡେସନ୍' ର ସଦସ୍ୟମାନେ ଭବାନୀ ସୁନା ଙ୍କ ପାଖକୁ ଯାଇ ତାଙ୍କର ସବୁ ଦୁଃଖ ବୁଝିଥିଲେ ।ଆଉ ଭବାନି ଙ୍କର ଯିବାଆସିବା ସୁବିଧା ପାଇଁ ବେଲପଡା ବି.ଡି.ଓ ଭିକ୍ଟୋରିଆ ସୋରେନ୍ ଓ ବି.ଏସ୍.ଏସ୍.ଓ ସରୋଜ ପଟେଲଙ୍କ ସହ ଏ ବିଷୟରେ ଆଲୋଚନା କରି ଭବାନୀଙ୍କ ପାଇଁ ଗୋଟିଏ ହ୍ବିଲ୍ ଚେୟାର୍ ର ବ୍ଯବସ୍ଥା କରିଥିଲେ ।ଗୋଟିଏ ଅସହାୟ ଝିଅଙ୍କୁ
ସାହାଯ୍ଯ କରି କନ୍ଯାକିରଣ୍ ଫାଉଣ୍ଡେସନ୍ ର ସଦସ୍ଯା ଚନ୍ଦ୍ରକାନ୍ତି ସେଟ୍,ସନ୍ତୋଷିନୀ ବିଶି, ନିରୂପମା ଧରୁଆ,ରେଣୁ ବନଗୁଲା, ରାସେଶ୍ବରୀ ଧରୁଆ, ଆଲତୀ ନାଏକ୍, ମମତା ନାଏକ୍,ମଞ୍ଜୁଲତା ବିଶ୍ବାଲ୍, ଗୀତାଞ୍ଜଳୀ ବୁଡେକ୍, ଶାନ୍ତି ସାହୁ,ଲକ୍ଷ୍ମୀବନ୍ତି ସାହୁ ଏବଂ ଅନିମା ଦାସ୍ ନିଜକୁ ବହୁତ୍ ଖୁସି ଅନୁଭବ କରୁଛନ୍ତି ।କନ୍ଯାକିରଣ୍ ଫାଉଣ୍ଡେସନ୍ ସବୁ ସମୟ ରେ ସବୁ ଅସହାୟ ଲୋକଙ୍କ ପାଇଁ ସହଯୋଗର ହାତ ବଢ଼ାଇବା ବୋଲି କନ୍ୟାକିରଣ ଫାଉଣ୍ଡେସନର ସଭାପତି ସେବିକା ରାଜହଂସ ମନ୍ତବ୍ୟ ଦେଇଛନ୍ତି । ଏଭଳି କାର୍ଯ୍ୟ ପ୍ରତି ପାଟଣାଗଡ଼ ବେଲପଡା ଖପ୍ରାଖୋଲ ବ୍ଳକ ଲୋକେ ପ୍ରଶଂସା କରୁଥିବା ଶୁଣିବାକୁ ମିଳୁଛି।