-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
22-Jun-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ପୋଲିସ ଦ୍ବାରା ରକ୍ତଦାନ ଶିବିର l ରେଢାଖୋଲ ରକ୍ତ ଭଣ୍ଡାର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଛି ତେଣୁ ରକ୍ତର ଅଭାବ ଦୂରୀକରଣ ପାଇଁ ବୁଧବାର ରେଢାଖୋଲ ଥାନାରେ ମୋ ସରକାର 5T ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା lଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଏସ ଡି ପି ଓ ରେଢ଼ାଖୋଲ ପ୍ରଶାନ୍ତ କୁମାର ମେହେର ଉଦଘାଟନ କରିଥିବାବେଲେ ଡାକ୍ତର ଜଳନ୍ଧର ମେହେର, ଏନ୍ ଏସ ଇ ଚେଏୟାରମେନ ଶିବରାମ ସାହୁ, ଆଇ ଆଇ ସି ସୁରୁବାବୁ ଛତ୍ରିଆ, ଏସ ଆଇ ସଞ୍ଜୟ କୁଳୁ, ବ୍ଲକ ଚେଆରମେନ୍ ପ୍ରଦୀପ ପ୍ରଧାନ ଉପସ୍ଥିତ ଥିଲେ l ଏହି ଶିବିରରେ ସର୍ବମୋଟ 108 ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି l ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ର ଡାକ୍ତର କଳ୍ପେଷ୍ କକ୍କଡ୍, କର୍ମଦେବ ପଟେଲ,ତାପସ ନାୟକ , ରଜତ ସାହୁ,ମନବୋଧ ନାୟକ ଏବଂ ରେଢାଖୋଲ ରକ୍ତଭଣ୍ଡାର ର ଇନ୍ଦ୍ରମଣି ବେହେରା, ମନୋରମା ଧଲ, ଯାମିନି ସାହୁ, ତ୍ରିପୁରାରି ଗଡତିଆ ପରିଚାଳନା କରିଥିଲେ । ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡା ଙ୍କ ସଂଯୋଜନା ରେ ଏହି ଶିବିର ଆୟୋଜନ କରାଯାଇଥିଲା l ଏହି ରକ୍ତଦାନ ଶିବିର ରେ ମହିଳାମାନେ ଉତ୍ସାହ ସହକାରେ ରକ୍ତଦାନ କରିଛନ୍ତି l ରେଢାଖୋଲ ଥାନା ର ର ସମସ୍ତ କର୍ମଚାରୀ ଶିବିର ପରିଚାଳନା ରେ ସହଯୋଗ କରିଥିଲେ । ଏହି ଶିବିରକୁ ସ୍ଥାନୀୟ ଲୋକ ସହଯୋଗ କରିଥିଲେ l ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମାନଙ୍କୁ ଆଇ ଆଇ ସି ସୁରୁବବୁ ଛତ୍ରିଆ ଧନ୍ୟବାଦ୍ ପ୍ରଦାନ ପ୍ରଦାନ କରିଛନ୍ତି l ଏସ ଡି ପି ଓ ପ୍ରଶାନ୍ତ ମେହେର ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କୁଞ୍ଜ ନନ୍ଦ, ସୂର୍ଯ୍ୟକାନ୍ତ ପ୍ରଧାନ,ଅଶ୍ଵିନୀ ପ୍ରଧାନ,ଅମରେଶ ନାୟକ,ବୁଲୁ ସାହୁ,ମାନସ ପ୍ରଧାନ, ନନ୍ଦୁ ମିରି ,ପ୍ରକାଶ ମୁଖି,ଉଦୟ ନାୟକ,ନରେନ୍ଦ୍ର ଦେଓ,ସୁଦର୍ଶନ ସାହୁ , ବିଦ୍ୟାଧର ସାହୁ, ଉଷାରାଣୀ ସାହୁ,ମୋନିକା ବେହେରା, ସୁଧମୟୀ ପୁରୋହିତ ଏବଂ ନୟନ ସିଂହ ସହଯୋଗ କରିଛନ୍ତି l ରକ୍ତ ଅଭାବ ରେ କାହାରି ଜୀବନ ନ ଯାଉ ଏହା ହିଁ ସମ୍ବଲପୁର ପୋଲିସ ର ଉଦେଶ୍ୟ ।ପୋଲିସ ର ଏହି ଶିବିରକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।