-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
22-Jun-2022
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଳବାଞ୍ଜି ବ୍ରିଜ ନିକଟ ଅନତିଦୂରରେ ଦୁର୍ଘଟଣା ଘଟିଛି l ସୂଚନା ଅନୁସାରେ ଆଜି ଖପ୍ରାଖୋଲ ଚାଉଳବାଞ୍ଜି ଗ୍ରାମରୁ ଦୁଇଟି ବାଇକ OD03U0504 ଓ ଅନ୍ୟ ଗୋଟିଏ ସିଡି ଡ଼ିଲକ୍ସ ODOD26A5781 ନମ୍ବର ବାଇକ ଚାଉଳବାଞ୍ଜି ଗ୍ରାମରୁ ଚାରିଜଣ ଯୁବକ ଆସୁଥିବା ବେଲେ ତାଙ୍କ ପଛ ପଟେ ଏକ ଅଜଣା ଵଲେରୋ ତାଙ୍କୁ ଧକ୍କା ଦେଇଥିଲା l ସେମାନେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖପ୍ରାଖୋଲ ଠାରେ ଭର୍ତି ହୋଇଥିଲେ l ସେମାନଙ୍କ ମଧ୍ୟରୁ ଜଣେ ନାଁନ୍ଦୁପଲା ଗ୍ରାମର ହୋଇଥିବା ବେଳେ ଅନ୍ୟ ମାନଂକର ପରିଚୟ ମିଳିପାରି ନାହିଁ l ଖପ୍ରାଖୋଲ ଥାନା ଏଏସ ଆଇ ସେୱାନ କେରକେଟା ଘଟଣା ସ୍ଥଳକୁ ପହଂଚି ଅଧିକ ତଦନ୍ତ ଚଳାଉଛନ୍ତି l ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିବା ଵାଲେରୋ ଗାଡି ଦୁର୍ଘଟଣା ଘଟାଇ ଫେରାର ମାରିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି l
(ଖପ୍ରାଖୋଲ ରୁ ବସନ୍ତ ମେହେର ଙ୍କ ରିପୋର୍ଟ)