-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
20-Jun-2022
ବଲାଙ୍ଗୀର/ସଇଁତଲା(ସନ୍ତୋଷ କୁମାର ନାଏକ) :ବଲାଙ୍ଗୀର ଜିଲ୍ଲାର ସଇଁତଲା ରୁ ବଡ଼ମାଲ ଦେଇ ଟିଟିଲାଗଡ କୁ ସଂଯୋଗ କରୁଥିବା ରାସ୍ତା ରେ ଲାନ୍ତ ନଦୀ ରେ ପୋଲ ନିର୍ମାଣ ହୋଇ ନ ଥିବା ନେଇ ଦୀର୍ଘ ଦିନରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଏହି ପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବା ବେଳେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସାଧାରଣ ଲୋକ ଙ୍କ ପାଇଁ ଆଗାମୀ ବର୍ଷା ଋତୁରେ ପ୍ରତିବର୍ଷ ପରି ଯୋଗା, ଯୋଗ ବିଚ୍ଛିନ୍ନ ହେବା ନେଇ ଏବେଠୁ ସମସ୍ୟା ସୃଷ୍ଟି ହେଉଛି । ସାଧାରଣ ଲୋକେ ବାଧ୍ୟ ହୋଇ ୨୫ କି,ମି ଦୂର ଫପସି ଗ୍ରାମ ଦେଇ ଯିବା ଆସିବା କରିଥାନ୍ତି । ଏପରି କି ଆମ୍ବୁଲାନ୍ସ ଗୁଡ଼ିକ ଏହି ଦୀର୍ଘ ରାସ୍ତା ଅତିକମ କରି ଯାଉଥିବା ବେଳେ ଅନେକ ଙ୍କ ଉକ୍ତ ଆମ୍ବୁଲାନ୍ସ ରେ ମୃତ୍ୟୁ ଘଟିଥିବା ନଜିର ରହିଛି । ଆଗାମୀ ବର୍ଷା ସମୟରେ ସାଧାରଣ ନିର୍ମାଣ କରିଥିବା ମାଟି ରାସ୍ତା ଧୋଇ ହୋଇଯିବା ସାର ହେବ । ସରକାର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ ସ୍ୱାଧୀନତା ର ଏତେ ବର୍ଷ ପରେ ମଧ୍ୟ ଏପରି ଅପହଞ୍ଚ ହୋଇ ପଡୁଥିବା ଅଞ୍ଚଳରେ ଏକ ପୋଲ ନିର୍ମାଣ ନ କରିବା ସରକାର ଙ୍କ ବେଖାତିର ମନୋଭାବ ର ସ୍ପଷ୍ଟ ପ୍ରମାଣ ଅଟେ । ଏ ଦିଗରେ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ହେଉଛି ।