-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
17-Jun-2022
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଭାବେ ନିହାର ରଞ୍ଜନ କଁହର ଆଜି ଯୋଗଦାନ କରି ବିଦାୟୀ ପ୍ରକଳ୍ପ ନିର୍ଦେଶକ ଡୋଳାମଣି ପଟେଲଙ୍କ ଠାରୁ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି l ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ବିଜ୍ଞପ୍ତି ସଂଖ୍ୟା ୧୬୩୯୩/ଏସ ସିଏସ ତା,୧0/0୬/୨ ୨, ଅନୁସାରେ ଶ୍ରୀ କଁହରଙ୍କୁ ପଦୋନ୍ନତି ନିଯୁକ୍ତି ଦିଆଯାଇଛି l ଏହା ପୂର୍ବରୁ ଶ୍ରୀ କଁହର ସୋନପୁର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିଲେ l ସେ ଗତ ତା.୧୭/0୮/୨0 ରିଖରେ ଉପଜିଲ୍ଲପାଳ ଭାବେ ଯୋଗଦାନ କରି ନିଷ୍ଠା ଓ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି l ଶ୍ରୀ କଁହର ଜିଲ୍ଲାର ତରଭା ବ୍ଲକ ବିଡ଼ିଓ ଭାବେ ତା ୧୨/୯/୨0୧୮/ ରୁ ତା ୧୬/୮/୨0୨0 ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ l ଆଜି ପୂର୍ବାହ୍ନରେ ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସରକାରଙ୍କ 5T ଓ ମୋ ସରକାର କାର୍ଯ୍ୟକ୍ରମର ଅନୁପାଳନ ପୂର୍ବକ ବିଭାଗୀୟ ସମସ୍ତ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା ସହିତ ଜନସାଧାରଣଙ୍କ ଆପତ୍ତି ଅଭିଯୋଗକୁ ପ୍ରାଧାନ୍ୟ ଦେବା ଏବଂ ସରକାରଙ୍କ ପ୍ରତ୍ୟେକ ଜନକଲ୍ୟାଣ ଯୋଜନl ର ସୁଫଳ ଯେପରି ତୃଣମୂଳ ସ୍ତରରେ ସ୍ୱଛତାର ସହ ପହଂଚିବ ଓ ଯୋଗ୍ୟ ହିତାଧିକାରୀ ଉପକୃତ ହୋଇ ପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l