-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
15-Jun-2022
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭୁସଲାଡ ଓ ପଳସଖଣ୍ଡ ମଝୀରେ ଥିବା ନିର୍ଜନ ସ୍ଥାନରେ ୧ ଲକ୍ଷ ୮ ହଜାର ଟଙ୍କା ଲୁଟ ହୋଇଥିବା ସିନ୍ଧେକେଲା ଥାନାରେ ଅଭିଯୋଗ ହୋଇଛି । ଘଟଣାନୁଯାଇ ମଙ୍ଗଳବାର କୁଣ୍ଡାବୁଟଲା ସିଏସପି (କିଓସ୍କ ବ୍ୟାଙ୍କ) ର ମାଳିକ ଭବାନୀ ଶଙ୍କର ବେହେରା ତାଙ୍କ ସେଣ୍ଟରରେ କାମ କରୁଥିବା ଶୁସାନ୍ତ ସାହୁ ଓ ବାଦଳ ସିଂହ ଜାନୀ ଙ୍କୁ ଚାନ୍ଦୋତରା ଷ୍ଟେଟ ବ୍ୟାଙ୍କ କୁ ଟଙ୍କା ଉଠାଇ ଆଣିବାକୁ ପଠାଇଥିଲେ । ତେବେ ବ୍ୟାଙ୍କ ରୁ ଅପରାହ୍ନ ୧ ଟା ରେ ଟଙ୍କା ଉଠାଇ ନିଜ ଟିଭିଏସ ଏକ୍ସ ଏଲ ଲୁନା ଗାଡିରେ କୁଣ୍ଡାବୁଟଲା ଫେରୁ ଥିବା ସମୟରେ ଭୁସଲାଡ ଓ ପଳସଖଣ୍ଡ ମଝିରେ ପ୍ରାୟ ୧ ଟା ୩୦ ମିନିଟ ସମୟରେ ଏକ କଲା ରଙ୍ଗର ଏଚ ଏଫ ଡିଲକ୍ସ ବାଇକ ରେ ତିନିଜଣ ମୁଖା ପିନ୍ଧା ଯୁବକ ଅଟକାଇ ମାରଣାସ୍ତ୍ର ଦେଖାଇ ଧରିଥିବା ଟଙ୍କା ଦିଅ ନ ହେଲେ
ଜିବନରେ ମାରିଦେବାର ଧମକ ଦେବାସହ ପକେଟ ରୁ ଜୋର ଜବରଦସ୍ତ ଟଙ୍କା ଛଡାଇ ନେବାସହ ଦୁଇ ଜଣ ଧରିଥିବା ଟଚସ୍କ୍ରିନ ମୋବାଇଲ ଓ ତାଙ୍କ ଗାଡି ଚାବି ମଧ୍ଯ ନେଇ ଯାଇଥିବା ସିନ୍ଧେକେଲା ଥାନାରେ ଅଭିଯୋଗ ହୋଇଛି । ତେବେ ଲୁଟ ଘଟଣା ବିଷୟରେ ସିନ୍ଧେକେଲା ଥାନାଧିକାରି ଆଲୋକ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯିବାରୁ ସେ ମୋବାଇଲ ଫୋନ ରିସିଭ କରିନଥିବାରୁ ଘଟଣା ବିଷୟରେ ଅଧିକ ତଥ୍ଯ ମିଳିପାରି ନାହିଁ ।