-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
15-Jun-2022
ବଲାଙ୍ଗୀର/ଟିଟିଲାଗଡ(ସନ୍ତୋଷ କୁମାର ନାଏକ) :ଟିଟିଲାଗଡ ତହସିଲ ଅଞ୍ଚଳରୁ ବିଗତ ଦିନରେ ଚୋରା ରେ ବ୍ୟାପକ ବେଆଇନ ଭାବେ ବାଲି ଚାଲାଣ କରିଆସୁ ଥିବା ଆର୍ଡିଏସ ଟ୍ରାନ୍ସପୋର୍ଟ ନାମକ କମ୍ପାନୀ ର ଦୁଇଟି ହାଇବା ଗାଡି ଧରପଗଡ଼ କରି ସାତ କୋଟି ଟଙ୍କାର ରୋୟାଲଟି ବା ଜୋରିମାନା ଧାର୍ଯ୍ୟ କରାଯାଇଥିଲା । ଟିଟିଲାଗଡ ତହସିଲଦାର ଏହି ରୋୟାଲଟି ଟଙ୍କା ଆଦାୟ ନ କରି ସଲାସୁତୁରା ନୀତି କରି ହଡପ କରିଥିବା ଯୁବ ସ୍ବେଚ୍ଛାସେବୀ ସଙ୍ଘ ଅଭିଯୋଗ କରି ଘଟଣାର ତଦନ୍ତ ପାଇଁ ଲିଖିତ ଦାବି ପତ୍ର ମାନ ପ୍ରେରଣ କରିଛି । ପ୍ରକାଶ ଯେ,ଏହି ତହସିଲ ଅଞ୍ଚଳ ରୁ ନିୟମିତ ବଡ଼,ବଡ଼ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡ଼ିକ ରୁ ତଥା ନାମୀ,ଦାମୀ ବ୍ୟବସାୟୀ ଙ୍କ ସହ ଟିଟିଲାଗଡ ତହସିଲଦାର ସଲା,ସୁତୁରା ନୀତି କରି ବେଆଇନ ବାଲି ତଥା ଅନ୍ୟ ସାମଗ୍ରୀ ଚାଲାଣ ହୋଇ ଆସୁଛି । ଏପରି କି ତେଲ ନଦୀ ରୁ ନିୟମିତ ବାଲି ତୁମୁଡିବନ୍ଧ ତଥା ଦୂର,ଦୁରାନ୍ତ କୁ ନିୟମିତ ଚାଲାଣ ହୋଇ ଆସୁଛି । ଉକ୍ତ ଗାଡି ଗୁଡ଼ିକ ରେ ବିନା ରୋୟାଲଟି ରେ ବେଆଇନ ଭାବେ ବାଲି ଓ ଅନ୍ୟାନ୍ୟ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ସେ ନେଇ କୌଣସି ପଦକ୍ଷେପ ତହସିଲଦାର ନ ନେଇ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ତହସିଲଦାର କେବଳ କିଛି ଟ୍ରାକ୍ଟର ଗୁଡିକ ଉପରେ ପଦକ୍ଷେପ ନେଇ ମିଥ୍ୟା ବାହା,ବାଃ ନେବା ଦେଖାଯାଉଛି । ସେହିପରି ତହସିଲଦାର ବିନା କାରଣ ରେ ନା ନା ଆଳ ରେ ଟ୍ରାକ୍ଟର ଗୁଡିକ ରୁ ହଜାର,ହଜାର ଟଙ୍କା ରୋୟାଲଟି ଆଦାୟ କରୁଥିବା ନେଇ ଅସନ୍ତୋଷ ଦେଖା ଦେଇଛି । ପ୍ରକାଶ ଯେ,ମନୋଜ ଗୋଲ ନାମକ ଜଣେ ବ୍ୟବସାୟୀ,ବଙ୍ଗୋମୁଣ୍ଡା ଅଞ୍ଚଳର ଅଗ୍ରୱାଲ ଟ୍ରେଡ଼ର୍ଶ,ଟିଟିଲାଗଡ ର ଆର୍ଡିଏସଏସ ,ଏଆରଏସଏସ ପରି ପ୍ରତିଷ୍ଠାନ ଉପରେ କୌଣସି ପଦକ୍ଷେପ ନ ନେବା କାରଣ କଣ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ତହସିଲଦାର ଙ୍କ ମାତ୍ରାଧିକ କାର୍ଯ୍ୟକଳାପ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହୋଇ ଆସୁଛି ।