-+91-9937148622 |
prerana_bgr@rediffmail.com |
Friday 27th January 2023 |
R.N.I. Regd No. ODIODI/2010/46693
Breaking News
13-Jun-2022
ବଲାଙ୍ଗିର- ନାମ- ଧୋବେଇ ଚରଣ ଦାଶ। ପିତା ପଦ୍ମଲୋଚନ ଦାଶ, ମାତା ଛାୟାଦେବୀ। ଜନ୍ମହୁଏ ୧୧.୦୪.୧୯୨୬ ମସିହାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ର ଅର୍ଜୁନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ (ବର୍ତ୍ତମାନ ଗୁଡଖାପଲା ଗ୍ରା:ପ:) ର ଗୁଡଖାପଲା ଗ୍ରାମରେ। ଡାକ ନାଁ ଗାନ୍ଧୀ। ଗାନ୍ଧୀ କହିଲେ ଅଞ୍ଚଳରେ ସମସ୍ତେ ଜାଣନ୍ତି। ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଧୋତି ଓ ଗାମୁଛା ପରିଧାନ କରି ଚାଲି ଚାଲି ବଲାଙ୍ଗିରକୁ ଅନେକ ସ୍ବାଧିନତା ସଂଗ୍ରାମ ସଭାରେ ଯୋଗଦେଇଥିଲେ। ଅତି ସରଳ ଜୀବନ ଶୈଳୀ। ପରିବାରର ଜ୍ୟେଷ୍ଠ ପୁତ୍ର ଥିଲେ। ତିନି ଭାଇ ଓ ଗୋଟିଏ ବଡ ଭଉଣୀ। ବର୍ତ୍ତମାନ ତାଙ୍କୁ ଛାଡିଦେଲେ ଆଉ କେହି ଜୀବିତ ନାହାନ୍ତି। ତାଙ୍କର ଚାରି ଝିଅ ଓ ତିନି ପୁଅ। ଋକ୍ମୁଣୀ, ପାନଦେଇ, ପୂର୍ଣ୍ଣବାସୀ ଓ ପ୍ରେମକାନ୍ତି ଚାରିଝିଅ ଏବଂ ଖୁସିରାମ, ଯୁଗଳ ଓ ହେମନ୍ତ ତିନି ପୁଅ। ସବା ସାନପୁଅ ହେମନ୍ତ କୁମାର ଦାଶ ଜଣେ ଆଦର୍ଶ ଶିକ୍ଷକ ସହ ଜଣେ ଆଶୁକବି ଭାବେ ବେଶ୍ ନାଁ କମେଇ ପାରିଛନ୍ତି।
ଗାନ୍ଧୀ ୯୬ ବର୍ଷ ବୟସରେ ଅବତୀର୍ଣ୍ଣ ହୋଇ ସୁଦ୍ଧା ବର୍ତମାନ ଶୁଣି ପାରୁଛନ୍ତି, ଦୈନିକ ୫ କିମି ଚାଲି ପାରୁଛନ୍ତି, ସମସ୍ତ ଦାନ୍ତ ମଜବୁତ ଅଛି। ଅଞ୍ଚଳରେ ତାଙ୍କର ସମବୟସ୍କ କେହି ନାହାନ୍ତି। ତାଙ୍କ କହିବା ଅନୁସାରେ ତାଙ୍କ ବୟସ ୧୦୦ ରୁ ଉର୍ଦ୍ଧ୍ବ ହେଲାଣି। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।