-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
13-Jun-2022
ବଲାଙ୍ଗୀର, ତୁଷୁରା ଜୈନ ଭବନଠାରେ ଜୈନ ସ୍ବତାମ୍ବର ତେରାପନ୍ଥ ଧର୍ମସଂଘର ମୁନିଶ୍ରୀ ପ୍ରଶାନ୍ତ କୁମାରଜୀଙ୍କ ସାନ୍ନିଧ୍ୟରେ ତେରାପନ୍ଥ ଯୁବକ ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜୈନ ତେରାପନ୍ଥ ଯୁବକ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ସାମ୍ବାଦିକ ମନୋଜ କୁମାର ଜୈନ ମନୋନୀତ ହେଇଥିଲେ । ଏହାପରେ ଶ୍ରୀ ଜୈନ ନୂତନ ଟିମ ଗଠନ କରିଥିବା ବେଳେ ସଙ୍ଗୀତ ଜୈନ ଓ ଗୋଳୁ ଜୈନ-ଉପସଭାପତି, ଅରହମ ଜୈନ-ସଂପାଦକ, ବିନିତ ଜୈନ ଓ ରବିନ ଜୈନ-ସହସଂପାଦକ, ତୁଷାର ଜୈନ-କୋଷାଧ୍ୟକ୍ଷ, ବିକାଶ ଜୈନ-ସଂଗଠନ ମନ୍ତ୍ରୀ ରହିଥିବା ବେଳେ ବିରେନ୍ଦ୍ର ଜୈନ ଓ ସୁନିଲ ଜୈନ ଉପଦେଷ୍ଟା ଭାବେ ରହିଥିବା ନୂତନ ଅଧ୍ୟକ୍ଷ ଶ୍ରୀ ଜୈନ ସୂଚନା ଦେଇଛନ୍ତି।