-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
08-Jun-2022
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା ) ଉଲୁଣ୍ଡା ବ୍ଲକ ନାଏକପଡା ଠାରେ ଏକ ଘରୋଇବସ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବସଟି ନିକଟ ପୋଖରୀ ଭିତରକୁ ପସି ଯାଇ ଓଲଟି ପଡ଼ିଥିବା ଜଣାପଡିଛି l ମୃତକ ଜଣକ ହେଲେ ନାଏକପଡା ଗ୍ରାମର ଅଭି ସାହୁ ବୋଲି ଜଣା ପଡିଛି l ସୂଚନା ଅନୁସାରେ ଆଜି ସଂନ୍ଧ୍ୟା ସମୟରେ ସମ୍ବଲପୁର ପଟରୁ ପତି ଟ୍ରାଭେଲସ ନାମକ ଏକ ଘରୋଇ ବସ ବିରାମହରାଜପୁର ପଟକୁ ଯାଉଥିଲା l ଏହି ସମୟରେ ସୋନପୁର ପଟରୁ ଅନ୍ୟ ଏକ ଗାଡି ଆସିଥିବାବେଳେ ତାକୁ ସାଇଡ ଦେଉଥିବା ସମୟରେ ବସଟି ଏକ ବାଇକ ଆରୋହୀକୁ ଧକ୍କାଦେଇ ନିକଟ ପୋଖରୀ ଭିତରକୁ ପସି ଯାଇ ଓଲଟି ପଡିଥିଲା l ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି l ତେବେ ବସରେ କେତେ ଜଣ ଯାତ୍ରୀ ଥିଲେ ସ୍ପଷ୍ଟ ହୋଇନଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି l ତେବେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ସୋନପୁର -ସମ୍ବଲପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି l ଜିଲ୍ଲା ପ୍ରଶାସନ ଆସି ଲୋକଙ୍କ ସହ ଆଲୋଚନା କରି ମୃତକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା l ଗତକାଲି ସନ୍ଧ୍ୟାରୁ ଚାଲିଥିବା ଏହି ରାସ୍ତାରୋକ ଆଜି ସକାଳେ ପ୍ରତ୍ୟାହୃତ ହୋଇଛି l