-+91-9937148622 |
prerana_bgr@rediffmail.com |
Thursday 25th April 2024 |
R.N.I. Regd No. ODIODI/2010/46693
Breaking News
06-Jun-2022
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରି ଗୁଡା ଗ୍ରାମ ପଞ୍ଚାୟତ ଗମ୍ଭାରି ଗୁଡ଼ା ଗ୍ରାମରେ ଏକ ଅଭାବ ନିୟ ଘଟଣା ଘଟି ଥିବା ଦେଖିବାକୁ ମିଳିଛି l ଗମ୍ଭାରୀ ଗୁଡ଼ା ଗ୍ରାମର ଶ୍ରୀମତି ବନିତା ଶବର ସ୍ୱାମୀ -ତରୁଣ ଶବର ଙ୍କ ବୁଲା କୁକୁର ପଲ ଙ୍କ ଆକ୍ରମଣ ରେ ୧୫ ମେଣ୍ଢା ମୃତ୍ୟୁ ହୋଇଥିବା ବେଳେ ୫ ମେଣ୍ଢା ନିଖୋଜ ହୋଇଥିବା ଅଭିଯୋଗ ହେଉଛି।
ଗମ୍ଭାରୀ ଗୁଡ଼ା ଗ୍ରାମର ସୁନେଶ୍ୱର୍ ଶବର ନାମକ ଜଣେ ଚାଷୀ ମେଣ୍ଢା ଚରାଇବା ପାଇଁ ଗାଁ ନିକଟ ବିଲରେ ନେଇଥିଲେ । ମେଣ୍ଡା ଚରିବା ସମୟରେ ୧୪/୧୫ କୁକୁର ଆସି ମେଣ୍ଡା ମାନଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ତେବେ କୁକୁର ଆକ୍ରମଣରେ ୧୫ ମେଣ୍ଡା ମୃତ ହୋଇଥିବା ବେଳେ ୫ଟି ମେଣ୍ଡା କୁକୁର ନେଇଯାଇଥିବା ଜଣାପଡ଼ିଛି । ତେବେ ପରିବାର ପକ୍ଷରୁ ମେଣ୍ଡାର କ୍ଷତି ପୂରଣ ପାଇଁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ।