-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
26-May-2022
କଳାହାଣ୍ଡି,ଧର୍ମ ଗଡ(ତ୍ରିନାଥ ବେଶ୍ରା )ସରକାର ଯୋଜନା ଉପରେ ଯୋଜନା କରି ପାଣି ପାଇଁ ବସୁଧା ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ, ଯୋଜନା କରି ଲକ୍ଷ ଲକ୍ଷ ଟଙ୍କାଖର୍ଚ୍ଚ କରି ମଧ୍ୟ୍ୟ ଲୋକେ ଆଜି ପିଇବା ପାଣି ପାଇଁ ହନ୍ତ ସନ୍ତ ହେଉ ଥିବା ଦେଖି ବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଧର୍ମ ଗଡ଼ ବ୍ଲକ ବଡ଼ ଘୂମର ଗ୍ରାମ ବାସୀ lବଡଘୁମର ଏକ ବଡ଼ଗାଁ ଯେଉ ଗାଁ ର ଜନସଂଖ୍ୟା ଦୃଷ୍ଟିରୁ ପ୍ରାୟ ୫୦୦୦ଲୋକ ବସବାସ କରୁଥିବା ବେଳେ ଗ୍ରାମର ଅଧିକାଂଶ ନଳକୂପ ରୁ ଗୋଳିଆ,ଲୁହା ଗୁଣ୍ଡ, ଓ ଦୂଷିତ ପାଣି ବାହାରୁଥିବା ଲୋକ ମାନେ ଅଭିଯୋଗ କରିଛନ୍ତି। ଲୋକମାନେ କେବଳ ସ୍କୁଲ ପଢ଼ା ରେ ଥିବା ୨ଗୋଟି ନଳ କୂପର ପାଣି ବ୍ୟବହାର କରୁଛନ୍ତି। ଯାହା ଭଳପାଣି ବୋଳି ଲୋକମାନଙ୍କ କହିବାକଥା ।ଆଉ ଗାଁ ସାରା ର ଲୋକମାନେ ସେହି ନଳକୂପ ରୁ ହିଁ ପାଣି ପାଉଛନ୍ତି।ପିଇବା ପାଣି ର ବହୁତ ଅସୁବିଧା ହେତୁ ଆଉ କିଛି ନଳ କୂପ ନୂତନ ଭାବେ ଖୋଲା ଯିବାପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି ।
ଏବଂପାଇପ ପାଣି ଯୋଗେ ମଧ୍ୟ ପିଇବା ଉପଯୋଗୀ ପାଣି ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ସରକାର ଙ୍କ ପାଖରେ ଦାବୀ ଜଣାଇଛନ୍ତି ସେମାନେ ହେଲେ ,ଯମୁନା ଗୋପାଳ, କଳାବତୀ ଗୋପାଳ, ପ୍ରଫୁଲ ଗୋପାଳ ଏବଂ-ପଦମା ଗୋପାଳ ,ଡମେନ ଗୋପାଳ,ଗଙ୍ଗାରାମ ଗୋପାଳ ନିରାକାର ଗୋପାଳଧନେଶ୍ଵର ଗୋପାଳ ବିରଞ୍ଚି ଗୋପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।ନାଗରିକ ବିକାଶ ସଂଗଠନ ତରଫରୁ ଜଗନ୍ନାଥ ଶଗଡ଼ିଆ ଓ ଜଗିନ୍ଦ୍ର ଖମାରୀ ସେହି ଗ୍ରାମକୁ ଯାଇ ଆମ ପ୍ରତି ନିଧି ଙ୍କୁ ଯୋଗାଯୋଗ କରି ପାଣି ସମସ୍ୟା କିଭଳି ଦୂର ହୋଇ ପାରିବ ତାହା ସରକାର ନିବେଦନ କରି ଜଣାଇଛନ୍ତି l