-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
25-May-2022
ସଇଁତଳା(ପ୍ରେରଣା ଖବର) - ନିମ୍ନମାନର କାମ ଯୋଗୁଁ ସଇଁତଳା ବି ଇ ଓ ଅଫିସ ଅସୁରକ୍ଷିତ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି । କାର୍ଯ୍ୟରତ କର୍ମଚାରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ସଇଁତଳା ବି ଇ ଓ ଅଫିସ ନିର୍ମାଣ କୁ ବେଶୀ ବର୍ଷ ହୋଇ ନ ଥିବା ବେଳେ ନିମ୍ନ ମାନ ର କାମ ଯୋଗୁ କାନ୍ଥ ଗୁଡ଼ିକ ଫାଟି ଆଁ କଲାଣି। ଛାତରୁ ପାଣି ଝରିବା ସହ ଅତଡ଼ା ଖସିବା ଆରମ୍ଭ ହେଲାଣି । ପାଣି ଝରିବା ଦ୍ଵାରା କାର୍ଯ୍ୟାଳୟରେ ଥିବା ମୂଲ୍ୟବାନ କାଗଜପତ୍ର ଭିଜି ନଷ୍ଟ ହୋଇଯାଉଛି । ସମୟ ସମୟରେ କାର୍ଯ୍ୟରତ କର୍ମଚାରୀ ମାନେ ବର୍ଷା ଦିନରେ ଅଫିସ ଭିତରେ ଛତା ଧରି କାମ କରିବାକୁ ପଡୁଥିବା ଚର୍ଚ୍ଚା ହେଉଛି । ଅସୁରକ୍ଷିତ ଛାତ, କର୍ମଚାରୀ ମାନଙ୍କ ମୁଣ୍ଡ ଉପରେ ଡେମୋକ୍ଲିସ ଖଣ୍ଡା ସଦୃଶ । ଏଣୁ କର୍ମଚାରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଛାତରୁ ପାଣି ଗଲୁଥିବାରୁ ପ୍ରତିବର୍ଷ ଫେନ୍, ମନିଟର, ସିପିୟୁ ନଷ୍ଟ ହୋଇଯାଉଥିବାରୁ ପୁଣି କିଣିବାକୁ ପଡୁଛି । ପାଣି ଯୋଗୁ ଛାତ ଦୁର୍ବଳ ହୋଇ ଲାଗିଥିବା ଫେନ ପଡ଼ିଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଉପରୋକ୍ତ ବିଷୟକୁ ନେଇ ଅନେକ ଥର ଜିଲ୍ଲାପାଳ,ବଲାଙ୍ଗୀର ଆର ଡି ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ମନ୍ତ୍ରୀ ଟୁକୁନି ସାହୁ,ସଇଁତଳା ବିଡ଼ିଓ, ଡାଇରେକ୍ଟର ElementaryEducation, ଭୁବନେଶ୍ୱର ଏବଂ ଡିଇଓ କମ ଡିପିସିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଆଗକୁ ବର୍ଷା ଋତୁ ଆସୁଛି । ଏଣୁ ଏହା ପୂର୍ବରୁ ଅଫିସର ସୁରକ୍ଷା ଦିଗରେ ଦୃଷ୍ଟି ଦେଲେ ବିପଦକୁ ଏଡାଇ ଦିଆଯାଇପାରିବ ।