-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||     

HOME   ଅପରାଧ

ପାଟଣାଗଡ ବ୍ଲକ୍ ଜେଇ ହତ୍ୟା କାଣ୍ଡ : ଦୁଇମାସ ସମୟ ନେଲା ପୋଲିସ

25-May-2022



ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ  ) ପାଟଣାଗଡ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଓ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ୫ ଦିନ ପୂର୍ବରୁ ଚେତାବନୀ ଦେଇ ଗତ ୨୩ ତାରିଖରେ ଏସ୍ ଡି ପିଓଙ୍କ ଅଫିସ୍ ବନାମ ପାଟଣାଗଡ ଥାନା ଆଗରେ ଧାରଣା ଦେଇଥିଲା କୋଶଳ ମୁକ୍ତି ମୋର୍ଚ୍ଚା ନାମକ ସ୍ଥାନୀୟ ସଂଗଠନ । ଥାନା ପରିସରରେ ପୁଲିସ୍ ଟେଣ୍ଟ୍ ଟଣାକୁ ଅନୁମତି ନଦେବାରୁ ଆନ୍ଦୋଳନକାରୀମାନେ ୪୫ ଡିଗ୍ରୀ ପ୍ରଚଣ୍ଡ ଖରାରେ ଧାରଣା ଦେଇଥିଲେ  ଓ ସେଥିରୁ ୩ ଜଣ ଅସୁସ୍ଥ ହୋଇପଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଦିନଯାକ ଖରାରେ ଏସ୍ ପିଙ୍କୁ ଅପେକ୍ଷା କରି ସେମାନେ ବସିରହିବା ପରେ ରାତି ୯ ଟାରେ ବଲାଙ୍ଗୀରରୁ ଆଡିସ୍ ନାଲ୍ ଏସ୍ ପି ଦିଲିପ ପଟେଲ ପହଞ୍ଚି ଆଗାମୀ ୨ ମାସ ମଧ୍ୟରେ ହତ୍ୟାକାରୀଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଲାପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ପ୍ରକାଶ

। ତେବେ ଆନ୍ଦୋଳନକାରୀମାନଙ୍କୁ ସାମ୍ବାଦିକଙ୍କ ସମ୍ମୁଖରେ ଆଡିସ୍ ନାଲ୍ ଏସ୍ ପି ଉକ୍ତ ଜେଇଙ୍କୁ ରାତିରେ ହତ୍ୟା କରାଯାଇ ଫିଙ୍ଗିଦିଆଯାଇଥିଲା ବୋଲି ପ୍ରକାଶ କରିଥିବା ପ୍ରକାଶ ।  ଅଦ୍ୟାବଧି ଉକ୍ତ ଜେଇଙ୍କର ଶବବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବା ଓ ପରଦିନ  ଏହା ବଲାଙ୍ଗୀର ଯାଇ ଆଣିବାକୁ ସେ ଥାନାଧିକାରୀଙ୍କୁ କହିଥିବା ମଧ୍ୟ ସେ କହିଥିଲେ । ଏହାକୁ ନେଇ ଆନ୍ଦୋଳନକାରୀ,ସ୍ଥାନୀୟ ସାମ୍ବାଦିକ ଓ ଲୋକମାନଙ୍କ ମଧ୍ୟରେ କେତେକ ଦ୍ବନ୍ଦ ଓ ସଂଶୟ ପ୍ରକାଶ ପାଇଛି । 

ଏହି ଚର୍ଚ୍ଚାରୁ ପ୍ରକାଶ ଯେ , ଗତ ୫ ତାରିଖରେ ଯୋଗୀ ମୁଣ୍ଡା ଯାଇ ମୁଖ୍ୟରାସ୍ତାରେ ତାଙ୍କ ମୋପେଡ୍ ରେ ଫେରିଲାବେଳେ  ଦିନ ପ୍ରାୟ ସାଢେ ୧୧ ଟାବେଳେ ବନକାବିଅର ଛକରୁ ନିଖୋଜ୍ କୁହାଯାଉଥିବା ଓ ପରଦିନ ସେଠାରୁ ପ୍ରାୟ ୧ କିମି ଦୂର ଏକ ଜଙ୍ଗଲ ଡୁଙ୍ଗୁରି ନିକଟସ୍ଥ ଗାଡିଯିବାକୁ ପ୍ରାୟ ବାଟଘାଟ ନଥିବା ଏକ କପାକ୍ଷେତରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ସମେତ ମୋପେଡ୍ ଟିକୁ ପୁଲିସ୍ ଉଦ୍ଧାର କରିଥିବାବେଳେ, ତାଙ୍କୁ ସେହି ଦିନ ଦିନବେଳା ସାଢେ ୧୧ଟାରୁ ୧୨ ଟା ମଧ୍ୟାହ୍ନ ମଧ୍ୟରେ ହତ୍ୟା କରାଯାଇଥିବା ଏଯାବତ୍ ଗଣମାଧ୍ୟମରେ ସିସିଟିଭି ଓ ପୁଲିସ୍ ର ପଞ୍ଚନାମା ଇତ୍ୟାଦିର ଆଧାରରେ କୁହାଯାଇ ଆସିଥିବାର ଚର୍ଚ୍ଚା ହୋଇଆସୁଥିବାବେଳେ  ରାତିରେ ହତ୍ୟା କରାଯାଇଥିବା ଆଡିସ୍ ନାଲ୍  ଏସ୍ ପି କହିବା; ନୂଆ ତଥ୍ୟ ପ୍ରକାଶ କରିଛି !  ତାଙ୍କୁ ଏ ସମ୍ପର୍କରେ ସାମ୍ବାଦିକମାନେ ପଚାରିବାରୁ ଏସଡିପିଓ , ଥାନାଧିକାରୀମାନେ ମଧ୍ୟ ତାଙ୍କ କହିଥିବା କଥାରେ ସହମତ ହୋଇଥିବା ପ୍ରକାଶ । ତେଣୁ ସେହିଦିନ ବନକାବିଅର କିମ୍ବା ଯୋଗୀମୁଣ୍ଡା ନିକଟରୁ ମୁଖ୍ୟରାସ୍ତା ଉପରୁ ମୋପେଡ୍ ସମେତ ମୃତ ଜେଇ ଜଣକ କେଉଁଠି ଥିଲେ , ଏ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ୍ । ଯଦି ଏହା ସତ୍ୟହୋଇଥାଏ , ତେବେ ତାଙ୍କୁ ରାସ୍ତାଉପରୁ କୌଣସି ଗାଡିରେ ଉଠାଇନିଆଯାଇ ଅପହରଣ କରି କୌଣସି ସ୍ଥାନରେ ହାତଗୋଡ ବାନ୍ଧି ଅଟକ ରଖାଯାଇଥିବା ଚର୍ଚ୍ଚାର ସତ୍ୟତା ଥାଇପାରେ । ଏବଂ ତାଙ୍କୁ ଦିନଯାକ ଅଟକ ରଖାଯିବାର ଏଭଳି ଜାଗା ଯୋଗୀମୁଣ୍ଡା , ପଣ୍ଡାମୁଣ୍ଡା, କପାକ୍ଷେତ ପାଖାପାଖି ନିକାଞ୍ଚନସ୍ଥାନ କେଉଁଠି ଥାଇପାରେ  ? ଅବଶ୍ୟ ପ୍ରଥମେ ପୁଲିସ୍ ଥାନାକୁ ଡକାଇ ଛାଡିଦେଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କର ଗୋଦାମଘର ସେହି ନିକଟରେ ରହିଥିବା ଚର୍ଚ୍ଚା ହେଉଛି  । ସେତେବେଳେ ଥାନାଧିକାରୀ ଛୁଟିରେ ଥିବାରୁ ଏସଡିପିଓ ତଦନ୍ତ କରିଥିଲେ ଓ ତା'ପରେ ଛୁଟିରେ ଚାଲିଯାଇଥିଲେ । ଏହା  ମୋର୍ଚ୍ଚାର ଦାବିଆନ୍ଦୋଳନ ଅଭିଯୋଗର ମଧ୍ୟ ଅନ୍ତର୍ଭୁକ୍ତ ।

ଶବବ୍ୟବଚ୍ଛେଦ ରିପୋର୍ଟର ମୃତ୍ୟୁସମୟର  ଆଧାରରେ ଯଦି ଏ ଏସ ପି ଏହା କହିଥା'ନ୍ତି , ତେବେ ଏହା ଏକ ଅପହରଣ ଓ ହତ୍ୟା ବୋଲି ସ୍ପଷ୍ଟ ହୋଇଯାଉଛି । କେତେକ ସାମ୍ବାଦିକଙ୍କ ମତରେ ଏଏସପି ଅବଲୀଳାକ୍ରମେ ଏପରି କହିଦେଇଥାଇ ପାରନ୍ତି । କିନ୍ତୁ ଏକ ଚର୍ଚ୍ଚିତ ସମ୍ବେଦନଶୀଳ ସରକାରୀ କର୍ମଚାରୀଙ୍କ ହତ୍ୟାମାମଲାରେ ଥାନାରେ ଧାରଣାରତ ଆନ୍ଦୋଳନକାରୀଙ୍କୁ ଏସପିଙ୍କ ପ୍ରତିନିଧି ଏଏସପିଙ୍କର ଏଭଳି କଥା ଭିତ୍ତିହୀନ ହୋଇ ନପାରେ ।
ଆହୁରି ମଧ୍ୟ , କେବଳ ଏଏସପି ଏହା ରାତିରେ ଘଟିଥିବା ପ୍ରକାଶ କରିନାହାଁନ୍ତି , ଜଣେ ସ୍ଥାନୀୟ ଚାଷୀନେତା ମଧ୍ୟ, ଏହା ରାତିରେ ଘଟିଥିବା କଥାଛଳରେ ପ୍ରକାଶ କରିବା ସହିତ ଏହାକୁ ଏକ ' ଅନିଚ୍ଛାକୃତ ମର୍ଡର ' ବୋଲି କହିଛନ୍ତି । ଏହି 'ଅନିଚ୍ଛାକୃତ ମର୍ଡର ' ଶବ୍ଦର ଅର୍ଥ କ'ଣ ସତରେ  ?

ଆହୁରି ମଧ୍ୟ ସେ ହତ୍ୟାକାରୀଙ୍କୁ ଧରିବାକୁ ଦୀର୍ଘ ୨ ମାସ ସମୟ ନେବା ଅସ୍ବାଭାବିକ ମନେହୁଏ । ଏହା ମଧ୍ୟ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଓ ଲୋକଙ୍କୁ ଖ ଟ୍ କା ଲାଗିଲା । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ , ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ କେତେକ ରାଜନୈତିକ ପୃଷ୍ଠପୋଷକତାରେ ରହିଥିବା ଠିକାଦାରଙ୍କୁ ପୁଲିସ୍ ଚାପରେ ଧରୁନାହିଁ  ଏବଂ ଏହି କାରଣରୁ ସଂପ୍ରତି ବ୍ରଜରାଜନଗରରେ ହେଉଥିବା ଉପନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ୍ ଉପରମହଲର ଇଙ୍ଗିତରେ ଏଭଳି ଲମ୍ବାସମୟ ନେଇଛି  ? ଯଦି ଏହା ସତ୍ୟ, ତେବେ ସାଙ୍ଘାତିକ୍  !  ବିସ୍ମୟର ବିଷୟ ଯେ , ମାତ୍ର ୧୮ ଦିନର ତଦନ୍ତରେ ପୁଲିସ୍ ର କାଳକ୍ଷେପଣରେ ଅଧୈର୍ଯ୍ୟ ହୋଇପଡି ପ୍ରଚଣ୍ଡଖରାକୁ ଖାତିର୍ ନକରି ପ୍ରାଣମୂର୍ଚ୍ଛା ଧାରଣା ଦେଇଥିବା ମୋର୍ଚ୍ଚା କିଭଳି ପୁଲିସ୍ ର ଏତେ ଦୀର୍ଘ ସମୟସୀମାକୁ ମାନିନେଲା  ? 

ସେ ଯା'ହେଉ, ଆରମ୍ଭରୁ ପୁଲିସ୍ ଯେ ଏହି ଘଟଣାରେ ଖାମ୍ ଖିଆଲି ମନୋଭାବ ପ୍ରଦର୍ଶନ କରିଆସୁଛି, ଏହା ଲୋକଙ୍କର ବୁଝିବାକୁ ଆଉ ବାକି ନାହିଁ । କିମ୍ବା ଏହାପଛରେ ସରକାରୀ ଯୋଜନାର ଅର୍ଥଅନୁଦାନର ବାଟମାରଣାର ଏକ ଜ୍ବଳନ୍ତ ଉଦାହରଣ ପାଟଣାଗଡରେ ପର୍ଦ୍ଦାଫାଶ୍ ହୋଇଛି, ଏହା ଆଗାମୀଦିନରେ ସରକାରଙ୍କ ପ୍ରତି ଅସୁବିଧା ସୃଷ୍ଟି କରିବାର ସମ୍ଭାବନାକୁ ଅସ୍ବୀକାର କରାଯାଇ ପାରୁନାହିଁ । ହୁଏତ ଜାଣିଶୁଣି ୫ ଟି ଠାରୁ ଗୋଷ୍ଠୀଖଳା, ଫାର୍ମପଣ୍ଡ୍ , ମନରେଗା ଓ ଅନେଆ ଛୋଟବଡ ଯୋଜନାର ପିସି କାରବାର, ଠିକାଦାରୀ ଓ ଅନିୟମିତତା ଏଠି ଚରମସୀମାରେ ପହଞ୍ଚିଛି  ?
ସ୍ବଭାବତଃ ମୃତ ଜେଇ ଜଣକ ଜଣେ ନିରୀହ ଓ ମିଥ୍ୟାବିଲ୍ , ନିମ୍ନମାନର କାମକୁ   ଆଦୌ ପ୍ରଶୟ ଦେଉ ନଥିବା ଓ ଏକ ପୁରୁଣା ମୋପେଡ୍ ରେ ଯାଆଆସ କରୁଥିବା ସଚ୍ଚୋଟ କନିଷ୍ଠ ଯନ୍ତ୍ରୀ ହୋଇଥିବାରୁ ତାଙ୍କ ସପକ୍ଷରେ ଏଭଳି ସ୍ବତଃ ଜନସମର୍ଥନ ଜାଗ୍ରତ ହୋଇଛି, ଯାହା ଅଧୁନାତନ ଯୁଗରେ ବିରଳ । ତେବେ ସେ କମ୍ପ୍ୟୁଟରରେ ବିଲ୍ କରିବାରେ ଅନଭିଜ୍ଞ ଥିବାରୁ ଓ ମିଥ୍ୟାବିଲ୍ କରୁ ନଥିବାରୁ ତାଙ୍କ ଅଧୀନରେ ହେଉଥିବା ବହୁ କାମର ବିଲ୍ ପ୍ରସ୍ତୁତିରେ ଅହେଗ ବିଳମ୍ବ ହେଉଥିବା ଅଭିଯୋଗ ହେଉଥିଲା । ଏହି କାରଣରୁ ବିଡିଓ ମଧ୍ୟ ତାଙ୍କର ଦୁଇମାସର ଦରମା ବନ୍ଦ କରିଥିଲେ । ତେବେ ତାଙ୍କ ଅଧୀନରେ କେଉଁ କେଉଁ କାମର ବିଲ୍ ବିଳମ୍ବ ହୋଇଛି ଓ କେଉଁ ଠିକାଦାରମାନଙ୍କୁ ନିୟୋଜିତ କରାଯାଇଛି ; ଏହା ବିଡିଓ , ସହକାରୀ ଯନ୍ତ୍ରୀ ଓ ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ଜଣାଥିବ । ତଦନ୍ତକାରୀ ପୁଲିସ୍ ପକ୍ଷରେ ଏହା ବାହାର କରିବା ଏତେ ଅସମ୍ଭବ ନୁହେଁ ।ଆହୁରି ମଧ୍ୟ, ତାଙ୍କଠାରୁ ଲକ୍ଷାଧିକଟଙ୍କା ଉଧାର ନେଇ ଫେରାଉନଥିବା ଠିକାଦାରମାନଙ୍କୁ ମଧ୍ୟ ଏଥିରେ ସନ୍ଦେହର ପରିସରଭୁକ୍ତ କରାଯିବା ଆବଶ୍ୟକ । ଏଥିରୁ ଏହି ଜଘନ୍ୟହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇ ପାରିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024
  ଜିଲ୍ଲା  
ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   28-Mar-2024
  ଜିଲ୍ଲା  
କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    27-Mar-2024
  ଜିଲ୍ଲା  
ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   27-Mar-2024

You Might Also Like