-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
24-May-2022
ପାଟଣାଗଡ ( ରୁପେନ୍ଦ୍ର ମୁଣ୍ଡା ) : କେତୋଟି କୋମଳମତି ଶିଶୁ ଙ୍କ ଅନୁରୋଧ ରକ୍ଷା କରି ଛୁଟିଦିନ ରେ ଉଦୁଉଦିଆ ଖରା ରେ ପାଦରେ ଚାଲି ଚାଲି ତିନିକିଲୋମେଟର ରାସ୍ତା ଚାଲିବା ଅଧିକାରୀ ହେଉଛନ୍ତି ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଯାହାକି ଅଞ୍ଚଳ ର ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି l ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ପଞ୍ଚାୟତ ର ଗୋଟିଏ ଛୋଟ ଗାଁ ଗରଗଡ଼ଛାପର l ଗତ ୨୦୨୦ ମସିହା ରେ ଗାଁ ପ୍ରାଥମିକ ବିଦ୍ୟାଳୟ ଟିକୁ ପିଲା କମ ଦେଖାଇ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟ ରେ ମିଶ୍ରଣ କରାଯାଇଥିଲା l ଗରଗଡ଼ଛାପର ସ୍କୁଲ ଠାରୁ ଢୋଡ଼ମହୁଲ ସ୍କୁଲ ର ଦୂରତା ପ୍ରାୟ ତିନିକିଲୋମେଟର ଦୂର ଥିଲେ ମଧ୍ୟ ତାକୁ ଶିକ୍ଷା ବିଭାଗ ପକ୍ଷ ରୁ ଅଧକିଲୋମେଟର ଦର୍ଶାଯାଇଥିଲା l
କରୋନା ମହାମାରୀ ହେତୁ ସ୍କୁଲ ମିଶ୍ରଣ ପରେ ପାଠପଢା ବନ୍ଦ ଥିଲା ହେଲେ ସ୍କୁଲ ଖୋଲିଲା ପରେ ମଧ୍ୟ ଅଧିକ ଦୂର, ନିକାଞ୍ଚନ ରାସ୍ତା ସାଙ୍ଗକୁ ପ୍ରଚଣ୍ଡ ଖରା ହେଉଥିବାରୁ କୌଣସି ପିଲା ସ୍କୁଲ କୁ ପଢିବା ପାଇଁ ଯାଉନଥିଲେ l ଏକଥା ଜାଣିବାପରେ ଖୁଣ୍ଟସମଲେଇ ସମିତିସଭ୍ୟା ଉପଜିଲ୍ଲାପାଳ ଙ୍କୁ ପିଲାମାନେ ସ୍କୁଲ ନଯିବା କଥା ଜଣାଇଥିଲେ l ବିଷୟ ର ଗୁରୁତ୍ୱ କୁ ଉପଲବ୍ଧି କରି ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଆଜି ଛୁତିଦିନ ହେଲେମଧ୍ୟ ପିଲାଙ୍କ କଥା ବୁଝିବା ପାଇଁ ଗରଗଡ଼ଛାପର ଗାଁ କୁ ଆସିଥିଲେ l ସେଠାରେ ପହଞ୍ଚି 23 ଜଣ କୋମଳମତି ପିଲାଙ୍କୁ ଦେଖି ତାଙ୍କ ହୃଦୟ ତରଳି ଯାଇଥିଲା ଓ ସତ୍ୟତା ଉପଲବ୍ଧି କରିବା ପାଇଁ କିଛି ଗାଁ ଲୋକଙ୍କ ସହିତ ପାଦରେ ଚାଲି ଚାଲି ଢୋଡ଼ମହୁଲ ସ୍କୁଲ ଅଭିମୁଖେ ବାହାରି ଯାଇଥିଲେ l ଢୋଡ଼ମହୁଲ ସ୍କୁଲ ରେ ପହଞ୍ଚି ପିଲାମାନେ କିପରି ଏତେ ଦୂର ଆସୁଛନ୍ତି ତାହା ବହୁତ ଦୁଃଖର ବିଷୟ ବୋଲି ମନ୍ତବ୍ୟ ଦେଇଥିଲେ l ଜଣେ ପ୍ରଶାସନିକ ଅଧିକାରୀ ଏପରି ଲୋକଙ୍କ ଅସୁବିଧା ବୁଝିବା ପାଇଁ ଏ.ସି ଗାଡ଼ିରେ ନଯାଇ ପାଦରେ ଚାଲି ଚାଲି ଯାଉଥିବାର ଦେଖି ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଙ୍କୁ ପ୍ରଶଂସା କରିଛନ୍ତି l