-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
24-May-2022
ବଲାଙ୍ଗିର/ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ଦିନ କୁ ଦିନ ବେଆଇନ କାର୍ଯ୍ୟକଳାପ ଓ ଅପରାଧିକ ମାମଲା ବଢି ଚାଲିଥିବା ବେଳେ ପାଟଣାଗଡ଼ ଅଞ୍ଚଳ ର ଜନସାଧାରଣ ଅସରୁକ୍ଷିତ ମନେ କରୁଥିବା ଶୁଣିବାକୁ ମିଳୁଛି।ଗତ ୧୭ ଦିନ ତଳେ ପାଟଣାଗଡ଼ ବ୍ଳକରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁ ଙ୍କୁ କେହି ଜଣେ ହତ୍ୟା କରି କପା କିଆରୀରେ ଫିଙ୍ଗି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ପାଟଣାଗଡ଼ ପୋଲିସ କାହାକୁ ଧରିପାରୁ ନାହିଁ। ପୋଲିସ ର ଏଭଳି ଅପାରଗତାକୁ ଅଞ୍ଚଳବାସୀ ଦୃଢ଼ ନିନ୍ଦା କରୁଛନ୍ତି। ଏବଂ ଜେଇ ଙ୍କୁୁୁ ହତ୍ୟା କରିଥିବା ଅପରାଧୀ ମାନଙ୍କୁ ଗିରଫ କରିବା ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ।ସେଥିପାଇଁ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଆନ୍ଦୋଳନ ପାଇଁ ଏକ ଲିଖିତ ଅଭିଯୋଗ କରିଥିଲେ। ଏବଂ ଲିଖିତ ଅଭିଯୋଗ ଅନୁଯାୟୀ ଆଜି ପାଟଣାଗଡ଼ ଗଡ ଭିତରୁ ଏକ ଶୋଭାଯାତ୍ରା ବାହାରି ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରଚଣ୍ଡ ଖରାକୁ ଆଖି ଆଗରେ ରଖି ଏକ ଟେଣ୍ଟ ଲଗାଇବାକୁ ଚେଷ୍ଟା କରିଥିବା ବେଳେ ପୋଲିସ କର୍ମଚାରୀ ମାନେ ତାଙ୍କୁ ବାରଣ କରିଥିଲେ। ତଥାପି ୪୫% ଖରାକୁ ଖାତିର ନକରି ଆନ୍ଦୋଳନ ଜାରି ରଖିଥିବା ବେଳେ ତନ୍ମଧ୍ୟରୁ ୩ ଜଣ ଅସୁସ୍ଥ ହୋଇ ପୋଲିସ ଗାଡିରେ ମେଡିକାଲ ଯାଇଥିଲେ। ପରିସ୍ଥିତି କୁ ଦେଖି ପାଟଣାଗଡ଼ ଏସ୍ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା ବାହାର କୁ ଆସି ଆନ୍ଦୋଳନକାରୀ ମାନଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଥିଲେ । ହେଲେ ଆନ୍ଦୋଳନକାରୀ ମାନେ ସିଧାସଳଖ ଏସ୍ ଡି ପି ଓ ଙ୍କୁ ଅପରାଧିଙ୍କୁ କେବେ ଧରିବେ ବୋଲି କହିଥିଲେ । ଏସ୍ ଡି ପି ପ୍ରଶ୍ନ ବାଣରେ ଘାଇଲା ହୋଇ ନିଜ ଚ୍ୟାମ୍ବର କୁ ପଲାୟନ କରିଥିଲେ। ପ୍ରଚଣ୍ଡ ରୌଦ୍ରତାପରେ ସମସ୍ତେ ବଲାଙ୍ଗିର ଏସ୍ ପି ନ ଆସିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ନାରା ଦେଇ ରହିଥିଲେ। ଶେଷରେ ବାଧ୍ୟହୋଇ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଆରକ୍ଷୀ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରି ଦୁଇ ମାସ ମଧ୍ୟରେ ସମସ୍ତ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସମସ୍ତ ଆନ୍ଦୋଳନକାରୀ ଧାରଣା ରୁ ଓହରି ଯାଇଥିଲେ ଓ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି କୋଶଳ ମୁକ୍ତି ମୋର୍ଚ୍ଚା ପାଇଁ ଜଣେ କନିଷ୍ଠ ଯନ୍ତ୍ରୀ ନ୍ୟାୟ ପାଇବ ବୋଲି ଅଞ୍ଚଳବାସୀ ବହୁ ଖୁସି ମନେ କରିଛନ୍ତି।