-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
23-May-2022
ବିନିକା(ହିମାଂଶୁ ଶେଖର ପୁଟେଲ)ଓଡ଼ିଶା ରାଜ୍ୟ ସରକାରଙ୍କ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ସୋମବାର ବିନିକା ଏନଏସି ଅଧିନସ୍ଥ ଜାମଛାପର ଓ ମିଶ୍ରପାଳି ଗସ୍ତରେ ଆସି PMAY ଓ LRC ଉପରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ଭୂମିହୀନ ମାନେ କିପରି ତାଙ୍କର ନିଜସ୍ଵ ବାସିନ୍ଦା ପ୍ରମାଣପତ୍ର(ପଟ୍ଟା) ପାଇ ପାରିବେ ଏବଂ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇପାରିବେ ସେ ଉପରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ମନ୍ତ୍ରୀଙ୍କ ଗସ୍ତ ବେଳେ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ,ସୋନପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କୁଆଁର,ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଏନ ଏସି ଉପାଧକ୍ଷା ତପସ୍ୱିନୀ ମେହେର,କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ,ପ୍ରଫୁଲ୍ଲ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଉପରେ ଅବଗତ ହୋଇ ତାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ ।