-+91-9937148622 |

prerana_bgr@rediffmail.com |

  Friday 26th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      (25-Apr-2024)       ||      କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   (25-Apr-2024)       ||      ଖଣିଜ ସମ୍ପଦ ରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   (25-Apr-2024)       ||      ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   (25-Apr-2024)       ||      ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   (25-Apr-2024)       ||      ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   (25-Apr-2024)       ||      ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ    (25-Apr-2024)       ||      କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   (25-Apr-2024)       ||      ଅଂଶୁଘାତ ସଚେତନ କର୍ମଶାଳା   (25-Apr-2024)       ||      ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    (25-Apr-2024)       ||      ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   (25-Apr-2024)       ||      ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   (25-Apr-2024)       ||      ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ    (24-Apr-2024)       ||      ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     (24-Apr-2024)       ||      ୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    (24-Apr-2024)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ପୁଣିତେଜିଲା ହାଇକୋର୍ଟବେଞ୍ଚ ସ୍ଥାପନ ଦାବି- ହାଇକୋର୍ଟ ବାରଏସୋସିଏସନର ନିଷ୍ପତ୍ତିକୁ ତୀବ୍ର ନିନ୍ଦା,ଶତାଧିକ ସଂଗଠନର ଧାରଣା

23-May-2022



ବଲାଙ୍ଗୀର,(ଅନ୍ତର୍ଯ୍ୟାମୀ ସାହୁ)- ଗତ କିଛିଦିନ ହେଲା ପଶ୍ଚିମଓଡିଶା ଓ ଦକ୍ଷୀଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗିରହିଛି । କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁଙ୍କ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ମନ୍ତବ୍ୟ ନେଇ ହାଇକୋର୍ଟର ବାର ଏସୋସିସନ ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା । ହାଇକୋର୍ଟକୁ ଭାଗ କରାଯାଇ ପାରିବ ନାହିଁ ବୋଲି କହି ବାର ଏସୋସିଏସନ ପଶ୍ଚିମ ଓଡିଶା ଓ ଦକ୍ଷୀଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିକୁ ବିରୋଧକରି ଏକ ରିଜ୍ୟୁଲୋସନ କରାଯାଇଥିଲା । ଏହି ଘଟଣାକୁ ନେଇ ପଶ୍ଚିମ ଓଡିଶାରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ପୂର୍ବରୁ ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓ ହାଇକୋର୍ଟବାରର ଏଭଳି ନିସ୍ପତ୍ତିକୁ ତୀବ୍ରନିନ୍ଦା କରିଥିଲେ । ଏହାପରେ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସନେତା ନରସିଂହ ମିଶ୍ର ମଧ୍ୟ ହାଇକୋର୍ଟ ଓକିଲସଂଘର ଏଭଳି ନିସ୍ପତ୍ତକୁ ଜନବିରୋଧି କହି ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି କହିଥିଲେ । ଆଜି ବଲାଙ୍ଗୀରର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପଠାଯାଇଥିଲା । ବଲାଙ୍ଗିର ଏକ୍ସନକମିଟି ତରଫରୁ ଆୟୋଜିତ ଏହି ଧାରଣାରେ ବଲାଙ୍ଗୀର ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତ୍ତା ଯୋଗଦେଇ ବଲାଙ୍ଗୀରରେ ସ୍ୱାଧିନତା ପୂର୍ବରୁ ରହିଥିବା ହାଇକୋର୍ଟର ପୁନଃସ୍ଥାପନ ଦାବି କରିଥିଲେ । ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ ବରିଷ୍ଠ ଆଇନଜୀବୀ ଭବାନୀଶଙ୍କର ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋସଲବାଦୀନେତା ପ୍ରମୋଦ ମିଶ୍ର ଯୋଗଦେଇ କହିଲେ ଯେ,କୋସଳାଞ୍ଚଳର ପ୍ରତ୍ୟେକ ଉନ୍ନୟନକାମକୁ ଉପକୂଳ ଅଞ୍ଚଳର ଲୋକ ବିରୋଧ କରିଆସୁଛନ୍ତି । ଏହି ଅଞ୍ଚଳକୁ ଆଞ୍ଚଳିକ ବୈଷମ୍ୟର ଶୀକାର କରାଯାଇ ଲୋକଙ୍କୁ ସାମାଜିକ,ନ୍ୟାୟିକ ଓ ଅର୍ôଥକ ଅଧିକାରରୁ ବଞ୍ଚିତ କରାଯାଇ ଆସିଛି । ଏବେ ହାଇକୋର୍ଟ ବେଞ୍ଚପ୍ରସଙ୍ଗରେ ଉପକୂଳ ଅଞ୍ଚଳର ଲୋକଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି । ତେଣୁ ଉପକୂଳିଆ ନେତାଙ୍କ ଅନୁଗାମୀ ନହୋଇ ସମସ୍ତେ ସ୍ୱତନ୍ତ୍ର କୋଶଲପ୍ରଦେଶ ଗଠନ ପାଇଁ ଆନ୍ଦୋଳନ କରନ୍ତୁ । ହାଇକୋର୍ଟ ବେଞ୍ଚ ଦାବି ବଦଳରେ କୋସଲରାଜ୍ୟ ହିଁ ଆମର ଶେଷ ବିକଲ୍ପ ବୋଲି ଆହ୍ୱାନ ଦେଇଥିଲେ । ସେହିପରି ବରିଷ୍ଠ ଆଇନୀଜିବୀ ଅମରେନ୍ଦ୍ର ମିଶ୍ର ମଧ୍ୟ ଯଶବନ୍ତ ସିଂ କମିଶନ ରିପୋର୍ଟ ଆଧାରରେ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ପ୍ରକୃଷ୍ଟସ୍ଥାନ ହୋଇଥିବାରୁ ତୁରନ୍ତ ହାଇକୋର୍ଟ ବେଞ୍ଚ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ । ଧାରଣାରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗୀର ଓକିଲସଂଘର ସଭାପତି ଅମରେଶ ତ୍ରୀପାଠୀ,ଉପସଭାପତି ସରୋଜ ଗୁପ୍ତା, କୋଷାଧ୍ୟକ୍ଷ ସୁମିତ ଖୁଆସ, ଆଇନଜୀବୀ ଉମାକାନ୍ତ ସାହୁ, ରାଜେନ୍ଦ୍ର ମିଶ୍ର, ସମୀର ମିଶ୍ର,  ଦିପ୍ତି ଶର୍ମା,ନାଗରିକ କମିଟିର ସଭାପତି ବେଲେରସେନ ଭୋଇ,ସଂପାଦକ ମନୋରଂଜନ ସାହୁ, ସିଭିଲ ସୋସାଇଟିର ସଭାପତି ନୀଲମଣି ମିଶ୍ର, ମନୋରଂଜନ ମିଶ୍ର, ବରିଷ୍ଠ ଆଇନଜୀବୀ ରତନ ମହାରଣାା ,ସୈନିକ ସଂଘର ପ୍ରତାପଚନ୍ଦ୍ର ରଥ, ବିଭୁତିଭୂଷଣ ପାଣିଗ୍ରାହୀ, କୋସଲ ରାଜ୍ୟ ସମନ୍ୱୟ ସମିତିର ବିକ୍ରମାନନ୍ଦ ବହିଦାର, ଶରତ କୁମାର ହୋତା,ଭାଜପା ଜିଲ୍ଲାସଭାପତି ଶିବାଜୀ ମହାନ୍ତି, ସଂପାଦକ ଅମିତ ସିଂନିନା, ମହିଳାମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା, ସୌଦାମିନି ମିଶ୍ର, ରଶ୍ମରେଖା ଦାନୀ ,ଅନୀତା ମିଶ୍ର,ଆରତୀ ଗୁରୁ,ସଶ୍ମିତା ବେହେରା,ଅନନ୍ତ ଦାସ,ଆଦିବାସୀ କଲ୍ୟ।।ଣସଂଘର ବନଲତା ମାଝୀ, ଯାଦବସଂଘର ସଂଜୀବ ବାଗ, ପ୍ରଶାନ୍ତ ମହାକୁର, ଟାଙ୍ଗିଆଜାମ କମିଟିର ଗୋପାଳ ହୋତା, ଘରୋଇ ବସ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା,ଟେକ୍ସବାର ଏସୋସିଏସନର ଶାନ୍ତନୁ କୁମାର ଭୋଇ,ବରିଷ୍ଠ ନାଗରିକ

ମଞ୍ଚର ସଭାପତି ପ୍ରଭାକର ମିଶ୍ର, ଓକିଲସଂଘର ପୂର୍ବତନ ସଭାପତି ପ୍ରମୋଦ ତ୍ରୀପାଠୀ, ଅମନ ନାଗ, ବିଙ୍ଗହ୍ୟୁମେନ ଫାଉଣ୍ଡେସନର ବିବେକାନନ୍ଦ ପଟେଲ, ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ,ବଜରଙ୍ଗଦଳର କାହ୍ନା ଶତପଥି, ବଣିକ ସଂଘର ସଭାପତି ତ୍ରୀପୁରାରୀ ପାଣିଗ୍ରାହୀ, ପଶ୍ଚିମ ଓଡିଶା ଯୁବାମଞ୍ଚର ଥବିର କର୍ମି, ସୁରେଶ କମ୍ପ, ଯୁବ ଏକ୍ସନ କମିଟିର ବିନୋଦ କାଲସାଏ, ରିଲୁ ରଥ, ରବି ଖମାରୀ, ଶ୍ୟାସୁନ୍ଦର ଭୋଇ,ସଂଜୟ ସାହୁ, ସୁମେଶ ଡାଙ୍ଗ, ଅପ୍ରମିତ ପରିଚ୍ଛା,ଉମେଶ ଗଡତ୍ୟା, ସାଧୁ ଦୀପ,ଏକ୍ସନ କମିିଟିର ଗିରିଶ ସିଂଦେଓ, ମୁନା ପଟ୍ଟନାୟକ , ଧିରେନ୍ଦ୍ରନାରାୟଣ ସିଂଦେଓ,ଅନୁରାଗୀ ନାହାକ,bନରେନ୍ଦ୍ର ସିଂଦେଓ,ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚସ୍ଥାପନ ଦାବି କରିଥିଲେ । ପ୍ରକାଶ୍ୟ ଯେ,ସ୍ୱାଧିନତା ପୂର୍ବରୁ ପାଟଣାଗଡଜାତ ରାଜ୍ୟରେ ବଲାଙ୍ଗୀରଠାରେ ୧୯୪୦ ମସିହାରେ ଏକ ହାଇକୋର୍ଟ ସ୍ଥାପନ କରାଯାଇଥିଲା । ଏଠାରେ ୨୬ଟି ଗଡଜାତ ରାଜ୍ୟର ମାମଲା ଗୁଡିକର ବିଚାର କରାଯାଉଥିଲା । କିନ୍ତୁ ୧.୧.୧୯୪୮ ମସିହାରେ ଗଡଜାତ ରାଜ୍ୟମିଶ୍ରଣ ହୋଇ ଓଡିଶା ରାଜ୍ୟରେ ମିଶ୍ରଣପରେ କଟକରେ ଓଡିଶାର ଏକମାତ୍ର ହାଇକୋର୍ଟ ରହିଲା । ଏବେ ହାଇକୋର୍ଟରେ ଲକ୍ଷାଧିକ ମାମଲା ବିଚାର ନହିøାଇ ପଡିରହୁଥିବା ବେଳେ ପଶ୍ଚିମଓଡିଶାର ଗରୀବଲୋକେ ନ୍ୟାୟ ପାଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ତଥା ହଇରାଣ ହେଉଛନ୍ତି । ତେଣୁ ବଲାଙ୍ଗୀରରେ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ ହେଲେ ଏହି ଅଞ୍ଚଳର ଲୋକେ ନ୍ୟାୟ ପାଇପାରିବେ ବୋଲି ଦାବି ହେଉଛି । ପୂର୍ବରୁ ଅନେକଥର କୋର୍ଟବନ୍ଦ,ବଲାଙ୍ଗୀର ବନ୍ଦ ଭଳି ଆନ୍ଦୋଳନ କରି ହାଇକୋର୍ଟ ବେଞ୍ଚ ଦାବି କରାଯାଇ ଆସିଛି । ଏବେ ଦାବି ଆହୁରି ତେଜିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      25-Apr-2024
  ଜିଲ୍ଲା  
କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   25-Apr-2024
  ଜିଲ୍ଲା  
ଖଣିଜ ସମ୍ପଦ ରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   25-Apr-2024
  ରାଜନୀତି  
ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   25-Apr-2024
  ଜିଲ୍ଲା  
ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   25-Apr-2024
  ଜିଲ୍ଲା  
ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   25-Apr-2024
  ଜିଲ୍ଲା  
ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   24-Apr-2024
  ରାଜନୀତି  
ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ   25-Apr-2024
  ଜିଲ୍ଲା  
କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   25-Apr-2024
  ଜିଲ୍ଲା  
ଅଂଶୁଘାତ ସଚେତନ କର୍ମଶାଳା   25-Apr-2024
  ଜିଲ୍ଲା  
ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    25-Apr-2024
  ଜିଲ୍ଲା  
ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   25-Apr-2024

You Might Also Like