-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
23-May-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ଅଧିନସ୍ଥ ମାଣ୍ଡିଆପଦର ପାଣ୍ଡେପଡା ବାସିନ୍ଦା ପାଣିର ସମସ୍ୟାକୁ ନେଇ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ l ବର୍ଷେ ପୂର୍ବରୁ ମାଣ୍ଡିଆପଦର ଗ୍ରାମରେ ଘରକୁ ଘର ପାଇପ ଯୋଗେ ପାଣି ସଂଯୋଗ କରାଗଲା l ସେ ସମୟରେ ପଡ଼lବାସୀ ଠିକାଦାର ଓ ଜେଇଙ୍କୁ ଅବଗତ କଲେ l ଜେଇ ପାଣ୍ଡେପଡ଼ା ବାସୀଙ୍କୁ ପ୍ରତିଶୃତି ଦେଲେ ଗ୍ରାମରେ ପାଣି ସଂଯୋଗ ପରେ ପାଇପ କନେକ୍ସନ କରିଦେବାକୁ ହେଲେ କଲେ ନାହିଁ l ଦୁଃଖର ବିଷୟ, ଗ୍ରାମର ମୁଖ୍ୟ ରାସ୍ତରୁ
ଶହେ ମିଟର ଦୂରରେ ଥିବା ପାଣ୍ଡେପଡାରେ ରହୁଥିବା ୯୦ ରୁ ଉର୍ଦ୍ଧ ପରିବାର ପାଖାପାଖି ୩ ଶହ ଲୋକ ବସବାସ କରନ୍ତି, ହେଲେ ଉକ୍ତ ପଡାକୁ ପାଣିର ସଂଯୋଗ ନାହିଁ l ପାଖରେ କେବଳ ୨ଟି ନଳକୂପ ଯାହା ଉପରେ ପଡାବାସିନ୍ଦା ନିର୍ଭର କରନ୍ତି l ଖରାଦିନ ପାଣିର ଉତ୍କଟ ସମସ୍ୟା ହେତୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ l ପାଣି ବୁନ୍ଦାଏ ଲାଗି ପ୍ରାୟ ୫ ଶହ ମିଟର ଜୀବନକୁ ବାଜି ଲଗାଇ ଜାତୀୟ ରାଜପଥ ଦେଇ ଯିବାକୁ ପଡିଥାଏ l ଏଥିଲାଗି ଅନେକ ଅପ୍ରୀତିକରର ପରିସ୍ଥିତିର ସାମ୍ନା ହେବାକୁ ପଡିଥାଏ l ପାଣିର ସମସ୍ୟାକୁ ନେଇ ଲୋକେ ସ୍ଥାନୀୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ ସୁଦ୍ଧା କିଛି ସୁଫଳ ମିଳିଲା ନାହିଁ l ଏଣୁ ପାଣ୍ଡେପଡା ବାସିନ୍ଦା ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଆଗାମୀ ୭ ଦିନ ମଧ୍ୟରେ ପାଣି ସମସ୍ୟାର ସମାଧାନ ନ ହୁଏ ତାହେଲେ ଜାତୀୟ ରାଜପଥ ରୋକ କରିବା ସହ ଆନ୍ଦୋଳନାତ୍ମକ ରୂପ ନେବାକୁ ବାଧ୍ୟହେବୁ ବୋଲି ମାଣ୍ଡିଆପଦର ପାଣ୍ଡେପଡ଼ା ବାସିନ୍ଦା ଚେତାବନୀ ଦେଇଛନ୍ତି l