-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
20-May-2022
ପାଟଣାଗଡ଼ (ରୁପେନ୍ଦ୍ର ମୁଣ୍ଡା) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଝାକ୍ରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ମଧ୍ୟାହ୍ନ ଭୋଜନ ରେ ପ୍ଳାଷ୍ଟିକ ଚାଉଳ ବାହାରିଥିବା ନେଇ ଅଭିଯୋଗ । ଅଭିଯୋଗ ଅନୁଯାୟୀ ଗତ ଶନିବାର ଦିନ ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପେଟ ଜରଦ ହୋଇଥିବା ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଥିଲେ । ଏକଥା ଶୁଣିବା ପରେ ସ୍କୁଲ ପରିଚାଳନା କମିଟି ର ସଭାପତି ଏବଂ ଅଭିଭାବକ ମାନେ ସ୍କୁଲ କୁ ଯାଇ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ବନ୍ଦ କରିବାପାଇଁ
କହିଥିଲେ । ପରେ ବିଦ୍ୟାଳୟକୁ ବିଇଓ ପହଞ୍ଚି ଚାଉଳ ରେ ପୃଷ୍ଟିକର ପାଇଁ କିଛି ପରିମାଣ ମିଶ୍ରଣ କରି ବିଭିନ୍ନ ପୃଷ୍ଟିକର ଜିନିଷ ପକା ଯାଇ ଥିବା କଥା କହିଛନ୍ତି । ଏହି ପରି କଥାକୁ ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟାହ୍ନ ଭୋଜନ ବନ୍ଦ କରିବା କୁ ରେକ ଥୋକେ ମନା କରିଦେଇଥିଲେ । ଯଦି ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଦିଆଯିବ ତାହେଲେ ଆମ ଗ୍ରାମ ରୁ ଘର କୁ ଘର ଚାଉଳ ସଂଗ୍ରହ କରି ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରା ଜୀବ ବୋଲି କହିଛନ୍ତି । ହେଲେ ମଧ୍ୟାହ୍ନ ଭୋଜନ ଚାଉଳ ରେ କି ପ୍ରକାର ପୃଷ୍ଟିକର ସାର୍ ମିଶା ଚାଉଳ ଦିଆଯାଇଛି ତାହ ସନ୍ଦେହ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଏହା ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବିହେଉଛି ।